ଶ୍ରମିକ ଦିବସ ଉପଲକ୍ଷେ ଗଣଦୌଡ଼ ଓ ସ୍ମୁତିଚାରଣ ସଭା ଅନୁଷ୍ଠିତ

22

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ ) : – ଶନିବାର ମେ ୧ ଶ୍ରମିକ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରଣମାଲ ମଣ୍ଡି ପ୍ରାଙ୍ଗଣରେ ନୂତନ ଓଡିଶା ନ୍ୟୁଜ ଓ ଟୁଡେ ନ୍ୟୁଜ 24 ଓଡିଶା ତରଫରୁ ଏକ ଗଣଦୌଡ଼ ଓ ଶ୍ରମିକ ନେତା ସ୍ବର୍ଗତ ପ୍ରତାପ ଚନ୍ଦ୍ର ପଣ୍ଡା ଙ୍କ ଜନ୍ମଜୟନ୍ତି ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ନ୍ୟୁଜ ଚେନାଲର କଳାହାଣ୍ଡି ପ୍ରତିନିଧି ରଜନୀକାନ୍ତ ଛାତ୍ରୀଆଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପାଟଣା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଥବିର ବାଗ ଯୋଗ ଦେଇଥିବା ବେଳେ , ମୁଖ୍ୟ ବକ୍ତା ଭାବେ ଶ୍ରମିକ ନେତା ବିରଞ୍ଚି ନାରାୟଣ ପଣ୍ଡା ଉପସ୍ଥିତ ଥିଲେ । ସେଭଳି ସମ୍ମାନିତ ଅତିଥି ବଗବେ ନୟନ ରଞ୍ଜନ ପଣ୍ଡା, ତୁଳସୀରାମ ଛତ୍ରୀଆ,ହେମନ୍ତ କୁମାର ନାଏକ, ଗଣେଶରାମ ବାଗ ମଞ୍ଚାସିନ ଥିବା ବେଳେ ସୁବୋଧ ରଣା,ଗୋଲାପ ସାହୁ, ଅଜିତ କୁମାର ପୁଝାରୀ,ପରମାନଦ ଛତ୍ରୀଆ,ଶୋଭାରାମ ନାଏକ, ଶମୀର ନାଗ ପ୍ରମୁଖ ସହଯୋଗ କରିଥିଲେ । ଆଜିର ସମୟରେ ସ୍ବର୍ଗତ ଶ୍ରୀ ପଣ୍ଡା ଶ୍ରମିକ ମାନଙ୍କ ପାଇଁ ଯେଉଁ ଉତ୍ସଗ୍ରୀକୃତ ସେବା ପ୍ରଦର୍ଶନ କରିଛନ୍ତି ତାହାକୁ ନେଇ ବକ୍ତା ମାନେ ବାର୍ତ୍ତା ପ୍ରଦାନ କରିଥିଲେ।ସକାଳ ୭ ଘଣ୍ଟା ସମୟରେ ରଣମାଲ ସ୍ଥିତ ମା ତାରିଣୀ ମନ୍ଦିର ଠାରୁ ମତୁଆଲାଗୁଡା ପର୍ଯ୍ୟନ୍ତ ଗଣଦୌଡ଼ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ ଅଞ୍ଚଳର ୫୦ ରୁ ଉର୍ଦ୍ଧ୍ବ ଦୌଡାଳୀ ସାମିଲ ବେଳେ – ରଣମାଲ, ମତୁଆଲଗୁଡା ତଥା ଆଖପାଖ ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ।ତେବେ ୬ ଜଣ ଦୌଡାଳୀ ଗୀତାନଶୁ ଶବର, ସମୀର ଶବର, ଗୌରାଙ୍ଗ ବାଗ, ରଘୁ ଛତ୍ରୀଆ,ତରୁଣ ଛତ୍ରୀଆ ଓ ଦୈତାରି ତାଣ୍ଡି ଙ୍କୁ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଛି।ଅନ୍ୟପକ୍ଷରେ ଏହି ଅବସରରେ ପ୍ରଶାସନିକ ସେବା ତଥା ସ୍ବେଚ୍ଛାସେବୀ ମାନଙ୍କୁ ମଧ୍ୟ ମାନପତ୍ର ପ୍ରଦାନ କରାଯାଇଛି।ଉତ୍କୃଷ୍ଟ ପ୍ରଶାସନିକ ସେବା ପାଇଁ ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ,,ରଣମାଲ ପେକ୍ସ ଅଧିକାରୀ ଯୁବରାଜ ବାଗ, ରଣମାଲ ପଂଚୟତ ପିଇଓ ଲିଙ୍ଗରାଜ ବାଗ ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଶ୍ରମିକ ନେତା ଭାବରେ ବିରଞ୍ଚି ନାରାୟଣ ପଣ୍ଡା ଙ୍କୁ ମାନପତ୍ର ଦ୍ଵାରା ସମର୍ଦ୍ଧନା ଦିଆଯାଇ ଥିବା ବେଳେ ସ୍ୱେଚ୍ଛାସେବୀ ,ସମାଜ ସଂସ୍କାରକ ତଥା ନିରପେକ୍ଷ ସାମ୍ବାଦିକ ଭାବେ ତୁଳସିରାମ ଛତ୍ରୀଆ,ଗୋଲାପ ସାହୁ,ଗଣେଶରାମ ବାଗ, ନୟନରଞ୍ଜନ ପଣ୍ଡା, ହେମନ୍ତ କୁମାର ନାଏକ, ରଜନୀକାନ୍ତ ଛତ୍ରୀଆ ଙ୍କୁ ମାନପତ୍ର ଦ୍ଵାରା ସମ୍ମାନିତ କରାଯାଇଛି। କଳାହାଣ୍ଡି ଜିଲ୍ଲା-ଧର୍ମଗଡରୁ ଲଷ୍ମୀ ରଞ୍ଜନ ବଗଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More