ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ କର୍ମଶାଳା ଅନୁଷ୍ଠିତ

11

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ଜିଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କର୍ମଶାଳା ରେ ମୁଖ୍ୟଅତିଥି ଭାବେ ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରସାନ୍ତକୁମାର ମୁଦୁଲି, ସମ୍ମାନୀତ ଅତିଥିଭାବେ ଜିଲାପରିଷଦ ସଭାପତି ମନୋଜ କୁମାର ଭୋଇ,ଜଗତସିଂହପୁର ବ୍ଳକ ଅଧ୍ୟକ୍ଷା କନକ ପ୍ରଭା ଲେଙ୍କା, ପୌରପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ସିଂହ, ବ୍ଳକ ଉପାଧ୍ୟକ୍ଷ ରତିରଞ୍ଜନ ବେହେରା,ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅଜୟ କୁମାର ବେହେରା ଯୋଗ ଦେଇ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ବିଭିନ୍ନ ସହାୟତାର ଚେକ ବଣ୍ଟନ କରିଥିଲେ।ଏହି କର୍ମ ଶାଳାରେ ମୋଟ 348ଜଣ ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ଏକ କୋଟି ଛସ୍ତରୀଲକ୍ଷ ୮୫ ହଜାର ଚାରିସହ ଟଙ୍କା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ବଣ୍ଟନ କରାଯାଇଛି।ସେଥି ମଧ୍ୟରୁ183ଜଣ ହିତାଧିକାରୀଙ୍କୁ ବିବାହସହାୟତା,83ଜଣ ହିତାଧିକାରୀଙ୍କୁ ଶିକ୍ଷା ସହାୟତା,39ଜଣ ହିତାଧିକାରୀଙ୍କୁ ମୃତ୍ୟୁ କାଳୀନ ସହାୟତା,39ଜଣ ହିତାଧିକାରୀଙ୍କୁ ଅନ୍ତେଷ୍ଟ୍ରି କ୍ରିୟା ସହାୟତା, ଚାରିଜଣ ହିତାଧିକାରୀଙ୍କୁ ପ୍ରସୂତି କାଳୀନ ସହାୟତା ପ୍ରଦାନ କରାଯାଇଛି।ଏହି କାର୍ଯ୍ୟକ୍ରମକୁ ପ୍ରଭାଗୀୟ ଶ୍ରମ ଆୟୁକ୍ତ ବାବା ଆନନ୍ଦ ରଂଜନ ଦାସ ପରିଚାଳନା କରିଥିଲେ।ଶେଷରେ ଅତିରିକ୍ତ ଶ୍ରମ ଅଧିକାରୀ ଶାନ୍ତନୁ କୁମାର ବ୍ରହ୍ମା ଧନ୍ୟବାଦ ଅର୍ପଣ କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More