ଶ୍ରମିକଙ୍କ ଦୁଃଖ ଶୁଣୁନି ଶ୍ରମ ବିଭାଗ,ନାହିଁ ନାହିଁରେ ଚାଲିଛି ଜିଲ୍ଲା ଶ୍ରମ ବିଭାଗ

10

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : – ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଙ୍ଘ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଅଶୋକ କୁମାର ତ୍ରିପାଠୀଙ୍କ ନେତୃତ୍ୱ କ୍ରମେ ଜିଲ୍ଲାର ଦୁଇଟି ମୁନିସିପାଲିଟି ଓ ନଟି ବ୍ଲକର କାର୍ଯ୍ୟକାରୀଣି ସଦସ୍ୟ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ କାର୍ଯ୍ୟରେ ହେଉଥିବା ଅନିୟମିତତା ସମ୍ପର୍କରେ ଜଣାଇବା ପହଞ୍ଚି ଥିଲେ । କିନ୍ତୁ ଜିଲ୍ଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟକୁ ଆସିନଥିବାରୁ ବାଧ୍ୟ ହୋଇ ଶ୍ରୀ ତ୍ରିପାଠୀ ଉକ୍ତ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲପାଳଙ୍କୁ ଲିଖିତ ଦାବିପତ୍ର ଦେଇଥିଲେ । ବିଭିନ୍ନ ସମୟରେ ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ଅନୁପସ୍ଥିତି ପାଇଁ ଲୋକେ ବାରମ୍ବାର ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖାଯାଇଛି । ଶ୍ରମ କାର୍ଯ୍ୟାଳୟ ମନ ମୋଟିଆ ହେବା ଫଳରେ ମହିଳା ମାନେ ଶ୍ରମ କାର୍ଡ ପାଇବାରେ ବଂଚିତ ହେଉଛନ୍ତି. ବାହାଘର ଠାରୁ ପଢା ଓ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ସୁବିଧା ଲୋକେ ପାଇବାରେ ଅସମର୍ଥ ହେଉଛନ୍ତି । ନିଖିଳ ଓଡିଶା ନିର୍ମାଣ ସଙ୍ଘ ପକ୍ଷରୁ ସତୁରିହଜାର ନୂଆ କାର୍ଡ ଆବେଦନ ହୋଇଥିବା ବେଳେ ମୃତ ଲୋକଙ୍କର 20 ହଜାର କାର୍ଡ ଓ ଅନ୍ୟାନ ସୁବିଧା ପାଇଁ ଆବେଦନ ହୋଇଥିବା କାଗଜ ପତ୍ର ଗୁଡିକ ବର୍ତମାନ କାର୍ଯ୍ୟାଳୟରୁ ମିଳିପାରୁ ନାହିଁ । ଏ ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ଓ DLOଙ୍କୁ ପଚାରିବାରୁ କାର୍ଡ ହଜିଯାଇଛି ବୋଲି ଖୋଲା ଖୋଲି ମନା କରୁଛନ୍ତି । ଶ୍ରୀ ତ୍ରିପାଠୀ ଙ୍କ କହିବା କଥା ଯଦି ଜିଲ୍ଲାରେ ଏମିତି ହତବାକ ପରିସ୍ଥିତି ରେ ଚାଲେ ତେବେ ଜିଲ୍ଲାର ଭବିଷ୍ୟତ କଣ ହେବ ମା ଙ୍ଗଗେଇ ହିଁ ଭରସା । ତେଣୁ ଆମ ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଙ୍ଗ ପରିବାର ପକ୍ଷରୁ ଆଶା କରିବୁ ଜିଲ୍ଲାପ୍ରଶାସନ ଆମକୁ ନ୍ୟାୟ ଦେବାରେ ସାହାଯ୍ୟ କରିବ। ଯଦି ଆଗକୁ ଆମ କଥା ନଶୁଣା ଯାଏ ନ୍ୟାୟ ନମିଳେ ତେବେ ଆମେ ଆଗାମୀ ସମୟରେ ଜିଲ୍ଲାର ହଜାର ହଜାର ମୁଲିଆ ମଜଦୂର ଜିଲ୍ଲା କାର୍ଯ୍ୟଳୟ ସମ୍ମୁଖୀରେ ଧାରଣା ଦେବୁ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More