ଶୋଇଥିବା ଅବସ୍ଥାରେ ଦୁର୍ବୁର୍ତ୍ତଙ୍କ ଅଭାବନୀୟ କାଣ୍ଡ, ସ୍ୱାମୀ ସ୍ତ୍ରୀ ଦୁହେଁ ଗୁରୁତର

28

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : -କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା କଲମପୁର ବ୍ଳକ ବଲାଗାଁ ଠାରେ ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା । ଜୈନିକ ବ୍ୟକ୍ତି ନିଜ ପରିବାର ସହ ଘରେ ଶୋଇଥିବା ବେଳେ କବାଟ ଫାଙ୍କରୁ କେହି ଦୁର୍ବୁର୍ତ୍ତ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଇଛି । ଯାହାଫଳରେ ସ୍ୱାମୀ ସ୍ତ୍ରୀ ଦୁହେଁ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରାଥମିକ ଚିକିତ୍ସା କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ ବଲା ଗାଁର ୫୦ ବର୍ଷୀୟ ବରୁଣ ମାଝୀ ଓ ତାଙ୍କ ସ୍ତ୍ରୀ ଡାଲିମ୍ବ ମାଝୀ ଘରେ ଶୋଇଥିବା ଥିବା ବେଳେ,ବିଳମ୍ବିତ ରାତିରେ କେହି ଦୁର୍ବୁର୍ତ୍ତ ଝରକା ବାଟ ଦେଇ ପେଟ୍ରୋଲ ଢାଳି ଦେଇ ନିଆଁ ଲଗେଇ ଦେଇଥିଲା । ଯାହାରି ଫଳରେ ଉଭୟ ଗୁରୁତର ଆହତ ହୋଇଛନ୍ତି।ଏ ନେଇ ପଡୋଶୀ ଲୋକ ସୂଚନା ପାଇବା ପରେ ତୁରନ୍ତ ଏକ ଆମ୍ବୁଲାନ୍ସ ଯୋଗେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ।ବର୍ତ୍ତମାନ ଉଭୟ ଙ୍କ ପ୍ରାଥମିକ ଚିକିତ୍ସା ପରେ ବୃଦ୍ଧ ବରୁଣଙ୍କ ପ୍ରାୟ ୩୦ପ୍ରତିଶତ ପୋଡି ଯାଇଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ଚିକିତ୍ସା ଦାଇତ୍ୱ ରେ ଥିବା ଡାକ୍ତର କହିଛନ୍ତି।ଅନ୍ୟପଟେ ଏହି ଘଟଣା ଘରୋଇ ବିବାଦ କାରଣରୁ ଝିଅ ଓ ଜ୍ୟାଇଁ ମଧ୍ୟରେ ମତାନ୍ତର ଯୋଗୁଁ ପ୍ରତିଶୋଧ ନେବା ପାଇଁ ସାନ ଜ୍ୟାଇଁଏଭଳି ଘଟଣା ଘଟେଇ ଥିବା ବରୁଣ ଅଭିଯୋଗ କରିଛନ୍ତି । କଳାହାଣ୍ଡି ଜିଲ୍ଲା-ଧର୍ମଗଡରୁ ଲଷ୍ମୀ ରଞ୍ଜନ ବାଗଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More