ଶୈବ ପୀଠରେ ଗଞ୍ଜେଇ ବ୍ୟାନକୁ ନେଇ ବାବା ବଳିଆ ରଖିଲେ ପ୍ରତିକ୍ରିୟା

11

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶୈବ ପୀଠରେ ଗଞ୍ଜେଇ ବ୍ୟାନକୁ ନେଇ ବାବା ବଳିଆ ରଖିଲେ ପ୍ରତିକ୍ରିୟା।ବଢୁଥିବା ଗଞ୍ଜେଇ ବ୍ୟବହାରକୁ ରୋକିବା ପାଇଁ ପୂର୍ବରୁ ରାଜ୍ୟ ସଂସ୍କୃତି ବିଭାଗକୁ ଚିଠି ଲେଖିଥିଲେ ବାବା ବଳିଆ ।ତେଣୁ ସରକାରଙ୍କ ଏପ୍ରକାର ପଦକ୍ଷେପକୁ ସ୍ୱାଗତ କରିଛନ୍ତି ବାବା ବଳିଆ।ଏ ଦିଗରେ ସରକାର ପଦକ୍ଷେପ ନେଇଥିବା ବେଳେ ଅନ୍ୟ ନିଶାଦ୍ରବ୍ୟ ଯଥା ଗଞ୍ଜେଇ,ଚରସ ଓ ଗୁଟଖା ଓ ମଦ କୁ ମଧ୍ୟ ବ୍ୟାନ କରାଯିବାର ଆଵଶ୍ୟକତା ରହିଛି ।ଶିବଙ୍କ ନାଁରେ ନିଶା ଦ୍ରବ୍ୟକୁ ଆପଣେଇବାକୁ ଗ୍ରହଣ କରାଯିବ ନାହିଁ ବୋଲି ସେ କହିଛନ୍ତି ।ଗଞ୍ଜେଇକୁ ପ୍ରସାଦ କହି ଆପଣାଉଥିବା ଲୋକେ ଉପକାରୀ ବେଲପତ୍ରକୁ ନିତ୍ୟ ଗ୍ରହଣ କରିବା ଉଚିତ ।ଶିବ ନାମର ସଂସ୍କାରକୁ ଗଞ୍ଜେଇ ବ୍ୟବହାର ଅପସଂସ୍କୃତି ଭାବରେ ଗଢି ତୋଳିଛି ।ଯାହାର ବନ୍ଦ ହେବାର ଆବଶ୍ୟକତା ରହିଥିଲା ।ଆହୁରି ମଧ୍ୟ ନିଶା ବିରୋଧରେ ପତ୍ର ମାଧ୍ୟମରେ ସ୍ୱର ଉତ୍ତୋଳନ ଜାରି ରଖିବେ ବୋଲି କହିଛନ୍ତି ବାବା ବଳିଆ।ସେପଟେ ଗଞ୍ଜେଇ ,ଭାଙ୍ଗ ଶିବଙ୍କ ପାଖରେ କୁସୁମା ଓ ବିଜୟା ଭାବରେ ଲାଗି ହୁଏ ବୋଲି ଯେଉଁମାନେ କହୁଛନ୍ତି ସେମାନେ କୁସଂସ୍କାରକୁ ଆଗେ ଦେଖନ୍ତୁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More