ଶେଷ ହେଲା ଚଚରାଗୁଡା ଗ୍ରାମର ମା ଠାକୁରାଣୀ କଳସ ଯାତ୍ରା

19

Get real time updates directly on you device, subscribe now.

ନବରଙ୍ଗପୁର:(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଚଚରାଗୁଡା ଗ୍ରାମରେ ମା ଠାକୁରାଣୀ କଳସୀ ଯାତ୍ରା ଆଜି ହୋଇଯାଇଛି ଶେଷ l ଏହି ଅବସରରେ ପନ୍ଦର ତାରିଖ ରୁ ଉକ୍ତ କଳସୀ ଯାତ୍ରା ଆରମ୍ଭ ହୋଇ ଆଜି ଶେଷ ହୋଇଛି l ଉକ୍ତ କମିଟିର ସଭାପତି ଧର୍ମାନନ୍ଦ ନାୟକ, ଭାଗୀରଥୀ ମାଝୀ, ପ୍ରଫୁଲ୍ଲ ମାଝୀ, ତନ୍ତୀପା ପନକl, ତ୍ରିନାଥ ପାଣ୍ଡେ, ତପନ ମାଝୀ ପ୍ରମୂଖଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ମଣ୍ଡପ ସାଜସଜ୍ଜା ସହ ଚତୁଃପାର୍ଶ୍ୱ ଗେଟ୍ ଆକର୍ଷଣୀୟ ହୋଇ ଥିବା ବେଳେ ଆଲୋକ ମାଳାର ମଣ୍ଡପ ବେଶ୍ ମନଲୋଭା ହୋଇ ଥିଲା l ମାଙ୍କ କଳସୀ ପ୍ରତ୍ୟେକଙ୍କ ଘରକୁ ଘର ବୁଲି ଭୋଗ ନୈବେଦ୍ୟ ଗ୍ରହଣ କରି ଭକ୍ତମାନଙ୍କୁ ଆଶିର୍ବାଦ ଦେଇ ଫେରିବା ପୁର୍ବରୁ ଭକ୍ତମାନଙ୍କ ଘରକୁ ଘର ଯାଇ ଭୋଗ ନୈବେଦ୍ୟ ଗ୍ରହଣ କରି ମେଲାଣି ନେଇ ଥାଆନ୍ତି l ଆଜି ରାତ୍ରି ରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ନିମନ୍ତେ ମାଲକାନଗିରି ଜିଲ୍ଲା ମୁଣ୍ଡିଗୁଡା ଗ୍ରାମର କର୍ଣ୍ଣ ଗୁରୁ ଙ୍କ ନିର୍ଦ୍ଦେଶିତ ଦେଶୀଆ ନାଟ “ପ୍ରେମ ଦେଇଯାଏ ଆଖିର ଲୁହ” ପ୍ରଦର୍ଶିତ କରାଯିବ l ଉକ୍ତ ନାଟ୍ୟ ଦେଖିବା ପାଇଁ ଦର୍ଶକ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ lଏହି କଳସୀ ଯାତ୍ରା କୁ ଡାବୁଗାଁ ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ମନୋହର ରନ୍ଧାରୀ, ନବରଙ୍ଗପୁର କଂଗ୍ରେସ ସାଂସଦ ପ୍ରାର୍ଥୀ ଭୁଜବଳ ମାଝୀ,ଡାବୁଗାଁ ବିଧାୟକ ବିଜେପି ପ୍ରାର୍ଥୀ ସୋମନାଥ ପୂଜାରୀ ପ୍ରମୂଖ ପ୍ରତି ପ୍ରତ୍ୟେକ ଦଳର କର୍ମୀମାନଙ୍କ ସହ ଆସି କମିଟି ସହ ସକ୍ଷାତ କରି ବୁଝା ବୁଝି କରି ଯାଇଥିଲେ l କମିଟି ତରଫରୁ ଶାନ୍ତି ଶୃଙ୍ଖଳାରେ ନବଦିନାତ୍ମକ କଳସୀ ଯାତ୍ରାର ସମାପନ ସମ୍ପାଦନ ହୋଇଥିଲା l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More