ଶେଷ ହେଲା କେନ୍ଦ୍ରାପଡ଼ା ଐତିହାସିକ ବାଲିଯାତ୍ରା, ଛାଡିଗଲା କିଛି ଅଭୂଲା ସୃତି

12

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : – ଆଜି କେନ୍ଦ୍ରାପଡ଼ା ଐତିହାସିକ ବାଲିଯାତ୍ରାର ଉଦଯାପନୀ ଦିବସ ଅନୁଷ୍ଠିତ ହୋଇଯାଇଛି । ସରିଲା ବାଲିଯାତ୍ରା ଛାଡିଲା ସୃତି ବଂଚିଥିଲେ ହେବ ଦେଖା ଆର ବରଷକୁ । ଏହି ଅବସରରେ ବାଲିଯାତ୍ରା କମିଟିର ସମ୍ପାଦକ ତଥା ଲୋକପ୍ରିୟ ସରକାରୀ ଆଇନଜୀବୀ ଶ୍ରୀ ସଞ୍ଜୟ କୁମାର ଜେନା ଏହି ବାଲିଯାତ୍ରା ହେବା ପଛରେ ଶ୍ରୀ ଜେନାଙ୍କ ଭୂମିକା ବେଶ ଗୁରୁତ୍ୱ ଅଛି । କାରଣ ଶ୍ରୀ ଜେନା ଅଦ୍ଭୁତ ପ୍ରଚେଷ୍ଟା ବଳରେ ଏତେବଡ ଅନୁଷ୍ଠାନ ଆଜି ସଫଳ ହୋଇଛି । ଆଜି ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ମା ଦିବ୍ୟା ସ୍ୱରୂପାନନ୍ଦ ସରସ୍ବତୀ ହୋଇଥିବା ବେଳେ ଜିଲ୍ଲା ପୋଲିସ ପ୍ରଶାସନ ମୁଖ୍ୟ ତଥା ଏସ୍ପି ସନ୍ଦୀପ ମଦକର ସମ୍ପଦ, ସଭାପତି ପ୍ରଦୀପ ଦାସ ଉପସ୍ଥିତ ଥିଲେ । ଦୀର୍ଘ ୭ ଦିନ ଧରି ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ହଜାର ହଜାର ଲୋକଙ୍କ ଭିଡ ଜମୁଥିଲା । ପ୍ରତ୍ୟକ ଦିନ ରଂଗା ରଙ୍ଗଭରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ବିଭିନ୍ନ ସଂସ୍କୃତି,ପାଲା, ଗୋଟିପୁଅ, କଣ୍ଢେଇ ନାଚ, ପୌରାଣିକ ଭଳି ଅନେକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଥିଲା. ଜିଲ୍ଲା ଆଖ ପାଖ ଅଞ୍ଚଳରୁ ଆରମ୍ଭ କରି ଜିଲ୍ଲାର ଦୂର ଦୂରାନ୍ତରୁ ମଧ୍ୟ ଲୋକେ ଆସୁଥିଲେ । ଯାତ୍ରାରେ ପ୍ରତ୍ୟକ ଦିନ ବିଭିନ୍ନ ରକମର ଖାଦ୍ୟ ବିକ୍ରି ହେଉଥିବା ବେଳେ ସେଥିରୁ ଠୁଙ୍କାପୁରୀ, ଚାଟ, ଦୋସା ଆଦି ଦୋକାନ ମାନଙ୍କରେ ଲୋକଙ୍କ ଭିଡ ଜମିବାର ଦେଖିବାକୁ ମିଳୁଥିଲା । ପ୍ରତ୍ୟକ ଦିନ ଆନୁମାନିକ 40 ରୁ 50 ହଜାର ଲୋକେ ଆସୁଥିବା ବେଳେ ପ୍ରତ୍ୟକ ଦିନ ଲକ୍ଷାଧିକ ଟଙ୍କାର ବ୍ୟବସାୟ ହେଉଥିବାର ଅନୁମାନ କରାଯାଉଛି । ବୁଦ୍ଧିଜୀବୀ ମାନଙ୍କ କହିବା କଥା ଆସନ୍ତା ବର୍ଷ ପୁରୁଣା ମୋଟରଷ୍ଟାଣ୍ଡ ଠାରୁ ସୁଜାନଗର ଗ୍ରାମକୁ ସଂଯୋଗ ହେଉଥିବା ସେତୁ କାର୍ଯ୍ୟ ସଂମ୍ପୂର୍ଣ ହୋଇଗଲେ ଆସନ୍ତା ବର୍ଷକୁ ଲକ୍ଷାଧିକ ଜନ ସମାଗମ ଦେଖିବାକୁ ମିଳିପାରିବ । ଯାହା ଦ୍ୱାରା ବ୍ୟବସାଇ ଉପକୃତ ହେବା ସହ କମିଟି ଓ ସ୍ଥାନୀୟ ଜାଗା ସ୍ୱତନ୍ତ୍ର ପରିଚୟ ପାଇପାରିବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More