ଶେଷ ପର୍ଯ୍ୟାୟରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

8

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ମହାପ୍ରଭୁ ରଥ ଯାତ୍ରା ନେଇ ରଥ ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତିନିରଥର ପ୍ରଥମ ଭୂଇଁ ଉପରେ ‘କନକ ମୁଣ୍ଡି’ ସଂସ୍ଥାପନ କରାଯାଇଚି। ତିନିରଥ ରେ ଋଷି ପଟା ବାଡ଼ିଆ କାର୍ଯ୍ୟ ସମ୍ପନ୍ନ ହୋଇଅଛି। ଏହି ଋଷି ପଟା ପୋଟଳ ନିମ୍ନ ଭାଗରୁ ତୃତୀୟ ଭୂଇଁ ଶେଣୀ ଚାରି ପାର୍ଶ୍ୱରେ ଦୁଇଟି ଲେଖାଁଏ ୮ ଗୋଟି ଋଷି ପଟା ବାଡ଼ିଆ ଯାଇଛି। ଏଥିସହ ତିନିରଥର ଚାରୋଟି ଲେଖାଁଏ ‘ଦୁଆର ବେଢ଼ା’ ରଥ ଚାରି ପାର୍ଶ୍ୱରେ ଲାଗିଛି। ଭୋଇ ସର୍ଦାର ଙ୍କ ତତ୍ୱାବଧାନରେ ତିନିରଥର ଭୋଇ ସେବକ ମାନେ ମିଳିତ ଭାବେ ଦୁଆର ବେଢ଼ା ଗୁଡିକୁ ବାଉଁଶ ତେଣ୍ଟିଆ ସହାୟତାରେ ଟେକି ତିନିରଥ ର ମୋଟ ୧୨ ଗୋଟି ଦୁଆର ବେଢ଼ାକୁ ନାଟଗୋଡ଼ ରେ ସଂଯୋଗ କରି ରଥରେ ସଂସ୍ଥାପନ କରିଛନ୍ତି। ଏଥିସହ ବେଦୀ ରେ ପଟା ବାଡ଼ିଆ କାର୍ଯ୍ୟ ତିନିରଥର ମହାରଣା ସେବକ ମାନେ ଶେଷ କରିବାସହ, ରଥ ଚାରି ପାର୍ଶ୍ୱ ରେ ପଟସ୍ବାଦିଆ ଶେଷ କରିଛନ୍ତି। ଆଜୀ ରଥ କୋଣ ଗୁଡିକରେ ପଟା ବାଡ଼ିଆ କାର୍ଯ୍ୟ ସମ୍ପନ୍ନ ହେବ। ରୂପକାର ସେବକ ମାନେ ତିନି ରଥର ପ୍ରଭା ରେ ରାହୁ ରୂପ, ମଗର ମୁଖ ଏବଂ ଡାଳିଲତା ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରଭାରେ ରୂପ ଖିଦେଇ କାର୍ଯ୍ୟ ଶେଷ ହେବା ପରେ ଚିତ୍ର କାର ସେବକ ମାନେ ପ୍ରଭାରେ ଖୋଦିତ ରୂପରେ ରଙ୍ଗ କାର୍ଯ୍ୟ ଆରମ୍ଭ କରିବେ।ଚିତ୍ରକାର ସେବକ ମାନେ ତିନିରଥ ର ୬ ଟି ଅଁଳା,୩ ଟି କଳଶ,୬ଟି ଓଲଟ ଶୁଆ, ୨୪ ଟି ନାଟ ଗୋଡ଼,୨୭ଟି ଶିଖର ଡମ୍ବରୁ,୨୪ ଟି ଋଷି ପଟା, ୩୬ ଟି କନ୍ୟାପଟା,୨୮ ଟି ଲେଖାଁଏ ହଂସ ପଟା, ତିନୋଟି ଦଧି ନଉତି ପିତଳ କଳଶ,୧୨ଟି ଘଣ୍ଟି, ୨୭ପାର୍ଶ୍ୱ ଦେବ ଦେବୀ, ୬ଟି ଦ୍ୱାର ପାଳ, ରଙ୍ଗ କାର୍ଯ୍ୟ ସଂପୂର୍ଣ୍ଣ କରିବା ସହ ତିନିରଥର ସାରଥି ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। ରଥ ଉପର ବେଦୀ ତିନି ପାର୍ଶ୍ୱରେ ଗାଇଆଳ ମାଳ ଚିତ୍ର, ପ୍ରଭାରେ ରଙ୍ଗ କାର୍ଯ୍ୟ, ଘୋଡା ଏବଂ ଚଉଦ ନାହାକା ରେ ରଙ୍ଗ କାର୍ଯ୍ୟ ବାକି ରହିଛି। ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ କୋଠ ଭୋଗ ରୋଷ ଘର ପାଇଁ ପନିକି ଏବଂ କୋରଣା ନିର୍ମାଣ କରି ଯୋଗାଇବା ସହ, ତିନିରଥର ଦୁଆର ବେଢ଼ା ଫିଟିଙ୍ଗ ପାଇଁ ୧୨ଟି ଧ୍ଵଜ ବତା କଣ୍ଟା ଶେଷ କରି,ତିନିରଥ ପ୍ରଭା କଣ୍ଟା ଏବଂ ଧୂଳିଦଣ୍ଡା କଣ୍ଟା ନିର୍ମାଣ କରୁଛନ୍ତି। ଦରଜି ସେବକ ମାନେ ତିନିରଥର ବତା କାନାରେ ଲେସ କାମ, ଚନ୍ଦ୍ର ଶାଳୀ ସମେତ ଦୁଆର ବେଢାରେ ଲେସ ତଥା ସିଲଭର ଫୁଲ ପକା କାର୍ଯ୍ୟ ଶେଷ କରି ପୋଟଳ, ଅଳାଶ୍ରୀ ଏବଂ ପୋଲ ମୁଦ୍ରା ଚାଦର କାର୍ଯ୍ୟ ଜାରିରଖାଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More