ଭୁବନେଶ୍ଵର (ସଂଘର୍ଷ ମିଡିଆ ) : କୁଂକି ଟ୍ରେନିଂ ନାଁରେ ତାକୁ ନନ୍ଦନକାନନରୁ ଗୋଡିବାରୀ ଅଭୟାରଣ୍ୟକୁ ନିଆଗଲା, ସେଠି ତାକୁ ଏପରି ଟ୍ରେନିଂ ମିଳିଲା । ୧୦ ବର୍ଷରୁ ଉର୍ଦ୍ଧ୍ବ କାଳ ତାକୁ କଡ଼ିରେ ବନ୍ଧା ହେଇକି ରଖିବା ଯୋଗୁ ସେ ଦିନକୁ ଦିନ ମାନସିକ ଓ ଶାରିରୀକ ଭାବେ ଦୁର୍ବଳ ହେବାକୁ ଲାଗିଲା । ୨୦ଦିନ ପୂର୍ବେ ନନ୍ଦକୁ କୁମାରଖୁଣ୍ଟି ଠାରେ ଥିବା Elephant Rescue centreକୁ ନେବାକୁ ଦୁଇ ଦୁଇ ଥର ଟ୍ରଙ୍କୁଲାଇଜ କରା ଯାଇଥିଲା । ଏହା ପରେ ସେ ଅସୁସ୍ଥ ଥିଲା ବୋଲି ଶୁଣା ଯାଉଛି । ତା ସାଙ୍ଗରେ ଦୀର୍ଘ ୧୦ବର୍ଷ ହେଲା ବନ୍ଧା ମାଈ ହାତୀ ଯଶୋଦାକୁ କିଛି ଦିନ ଆଗରୁ କୁମାରଖୁଣ୍ଟି ନିଆ ସରିଛି,ସେ ଗଲା ପରେ ନନ୍ଦ ଏକା ଅନୁଭବ କରିବା ସ୍ୱାଭାବିକ । ଯଦି ନନ୍ଦ ଠିକରେ ଟ୍ରେନିଂ ପାଇ ପାରୁନଥିଲା,୧୦ ବର୍ଷ କାଳ ଆସାମର ଗୋଟିଏ ସଂସ୍ଥାକୁ କାହିଁକି ଏପର୍ଯ୍ୟନ୍ତ ଦାଇତ୍ୱ ଦିଆ ଯାଇଥିଲା । ଏହା ପଛରେ କି ରହସ୍ୟ ଅଛି କି ଫାଇଦା ଅଛି ଜଙ୍ଗଲ ବିଭାଗ ଅଧିକାରୀମାନଙ୍କର ତଦନ୍ତ ସାପେକ୍ଷ । କୁଂକି ଟ୍ରେନିଂ ପାଇଁ ହେଇଥିବା MOU ରେ ଲେଖା ଅଛି DFO ମାସକୁ ଥରେ ହାତୀ ମାନଙ୍କର ଟ୍ରେନିଂ କିପରି ଚାଲୁଛି ଦେଖି ସେ ସଂସ୍ଥାକୁ ଆଗକୁ ସମୟ ଦେବେ,ସେ ସଂସ୍ଥା ୧୦ବର୍ଷ କାଳ ଟ୍ରେନିଂ ଦେଇ ପାରୁନି,ତା ପରେବି ତାକୁ କାମ ଦିଆ ଚାଲିଥିଲା କାହିଁକି ।