ଶୃଙ୍ଖଳିତ ନିର୍ବାଚନ ପାଇଁ ଜିଲ୍ଲାପାଳ ଓ ଏସପିଙ୍କ ଧନ୍ୟବାଦ ଅର୍ପଣ

30

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ) : – ୨୦୨୪ ମସିହାର ସାଧାରଣ ନିର୍ବାଚନ ଶାନ୍ତି ଶୃଙ୍ଖଳା ର ସହ ସମାପନ ହୋଇ ଥିବାରୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଜିଲ୍ଲା ଏସ ପି ପିନାକ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।ଭାରତର ନିର୍ବାଚନ କମିଶନଙ୍କ ନିର୍ବାଚନ ଘୋଷଣା ପରଠାରୁ ମତ ଗଣନା ସରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ରହିଥିଲା।ତେବେ ପୁରୀ ପରି ଏକ ପ୍ରାଚୀନ, ଆଧ୍ୟାତ୍ମିକ, ସାଂସ୍କୃତିକ ଓ ଭାଇଚାରାର ଜିଲ୍ଲାର ଅଧିବାସୀ ମାନେ ଏହି ନିର୍ବାଚନ ରେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି।ଏପରିକି ମତଦାନ ମଧ୍ୟ ବେଶ ଉତ୍ସାହଜନକ ରହିଥିଲା।ଗଣତନ୍ତ୍ର ର ଏହି ମହାପର୍ବ ରେ ସାଧାରଣ ଜନତା, ମତଦାତା, କାର୍ଯ୍ୟ କୁ ତଦାରଖ କରିଥିବା ପର୍ଯ୍ଯବେକ୍ଷକ ଗଣ,ଗଣମାଧ୍ୟମ ପ୍ରତିନିଧିମାନେ, ନିର୍ବାଚନ କୁ ପରିଚାଳନା କରିଥିବା ଜିଲ୍ଲାର ବରିଷ୍ଠ ଅଧିକାରୀ,ବିଭିନ୍ନ ବିଭାଗ ର ଅଧିକାରୀ,କର୍ମଚାରୀ,ସମସ୍ତ ରାଜନୈତିକ ଦଳର ନେତୃ ମଣ୍ଡଳୀ ଓ ସେମାନଙ୍କ ପ୍ରତିନିଧିମାନଙ୍କୁ ସହଯୋଗ ପାଇଁ ଜିଲ୍ଲାପାଳ ଓ ଏସ ପି ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More