ଶୁଣିଲାନି ପ୍ରଶାସନ ,ନିଜସ୍ୱ ଉଦ୍ୟମରେ ଗ୍ରାମବାସୀ ଖୋଳିଲେ ନୂତନ ମୁହାଣ

23

Get real time updates directly on you device, subscribe now.

ଗଞ୍ଜାମ ( ସଂଘର୍ଷ ମିଡିଆ ) : ବଞ୍ଚିଗଲେ ଶତାଧିକ ଗ୍ରାମବାସୀ ଏକ ବନ୍ୟା ଦାଉରୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜମ ସ୍ଥିତ ପୋତାଗଡ଼ ନିକଟ ଋଷିକୂଲ୍ୟା ଓ ସମୁଦ୍ର ବେଳାଭୂମି ରେ। ଗଞ୍ଜାମ ସ୍ଥିତ ପୋତାଗଡ଼ ନିକଟରେ ଥିବାଋଷିକୂଲ୍ୟା ନଦୀ ଓ ସମୁଦ୍ର ମୁହଁଣ ପୋତି ହୋଇଯାଇଥିବାରୁ ବନ୍ୟା ଜଳ ନିଷ୍କାସନ ହୋଇପାରିନଥିଲା ।ସମୁଦ୍ର କୁ ଲାଗିରହିଥିବା ଗ୍ରାମ ଗୁଡିକରେ ପାଣି ପସିଯାଇଥିଲା । ଫଳରେ ଗ୍ରାମବାସୀମାନେ ଦ୍ୱାରାସ୍ତ ହୋଇଥିଲେ ପ୍ରଶସାନର । ପ୍ରଶାସନ କୌଣସି ପ୍ରତିକାର ନକରିବାରୁ ଆଜି ନିଜସ୍ୱ ଉଦ୍ୟମରେ ଖୋଲିଥିଲେ ମୁହାଣ । ଗଞ୍ଜମ ବ୍ଲକର ପାଳିବନ୍ଦ ପାଂଚୟତ ଓ ଛତ୍ରପୁର ବ୍ଳକର ନୂଆଗାଁ ପାଞ୍ଚତର ଆଠଟି ଗ୍ରାମର ଲୋକମାନେ ନିଜସ୍ଵ ଉଦ୍ୟମରେ ଖୋଲିଥିଲେ ମୁହାଣ । ଡ଼ଙ୍ଗାରେ ଯାଇ ପୂଜା କରି ନିଜେ ଓ ଜେସିବି ସାହାଯ୍ୟରେ ନୂତନ ମୁହାଣ ଖୋଲିଥିଲେ । ଫଳରେ ବନ୍ୟା ଜଳ ସମୁଦ୍ରରେ ମିସିଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More