କଳାହାଣ୍ଡି ( ସଂଘର୍ଷ ମିଡିଆ ) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଯୋରାଡବରା ଗ୍ରାମ ପଞ୍ଚାୟତ ସ୍ଥିତ କୁଶୁର୍ଲାର ଶୁକ୍ରବାର ସାପ୍ତାହିକ ବଜାର ପୁଣିଥରେ ଆରମ୍ଭ ହୋଇଯାଇଛି । କିନ୍ତୁ ବଜାରରେ କରୋନା କଟକଣାରେ ସାମାଜିକ ଦୂରତା ସହିତ ମାସ୍କ୍ ବ୍ୟବହାରକୁ ଭୂଲିଗଲେ ବ୍ୟବସାୟୀଙ୍କ ସହିତ ଲୋକମାନେ । ଯାହା ଫଳରେ ଜନସାଧାରଣ ଅସନ୍ତୋଷର ବାତାବରଣ ସହିତ କରୋନା ଭୟର ବାତାବରଣ ସୃଷ୍ଟି ହୋଇଛି । covid-19 କୁ ଦୃଷ୍ଟିରେ ରଖି ଉକ୍ତ ପଞ୍ଚାୟତର ସରପଞ୍ଚ ଆଗରୁ ଏହି ବଜାରକୁ ବନ୍ଦ କରିଥିଲେ । କିନ୍ତୁ ଦୁଃଖର ବିଷୟ ଏହିକିଯେ ଏହି ପଞ୍ଚାୟତରେ ଆଗରୁ ଶିଶାଖାଲ ଗ୍ରାମରେ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବାବେଳେ ଏବେ ଏକାତରା ଗ୍ରାମରେ କରୋନା ପଜେଟିଭ୍ ଅଭିଯୋଗ ସତ୍ଵେ ମଧ୍ୟ ଏହି ବଜାର କିପରି ଓ କାହା ନିର୍ଦ୍ଦେଶରେ ଚାଲିଛି ତାହା ଚର୍ଚ୍ଚାର ବିଷୟ ପାଲଟିଛି । ସରକାର ସାମାଜିକ ଦୂରତା ଓ ମାସ୍କ୍ ବ୍ୟବହାର ବାଧ୍ୟତା ମୂଳକ କରିଥିବା ବେଳେ ବଜାରକୁ ଆସୁଥିବା ଅନେକ ଲୋକେ ଏହାକୁ ଏଡାଇ ଦେଇଥିବା ଦେଖିବାକୁ ମିଳିଛି । ଏହି ବଜାରକୁ କଳାହାଣ୍ଡି ,ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲାର ଅନେକ ଛେଳି ଓ ମେଣ୍ଢା ଓ ବିଭିନ୍ନ ବ୍ୟବସାୟୀ ଆସୁଥିବା ବେଳେ ପ୍ରାୟ ୨୦ ଖଣ୍ଡ ଗ୍ରାମର ଲୋକେ ଏହି ବଜାର ଉପରେ ଦୈନନ୍ଦିନ ତଥା ପନିପରିବା ସାମଗ୍ରୀ ପାଇଁ ନିର୍ଭର କରିଥାନ୍ତି ।ଉକ୍ତ ବଜାରରେ ପଞ୍ଚାୟତର କର୍ମଚାରୀ ଓ ୱର୍ଡମେମ୍ବର ମାନେ ବଜାରର ଠିକାପଇସା ଅସୁଲି କରିଥିବାରୁ ଓ ବଜାର ବସାଇଥିବାରୁ ପଞ୍ଚାୟତ ପ୍ରଶାସନ ଉପରେ ଜନସାଧାରଣଙ୍କ ଆଙ୍ଗୁଳି ଉଠୁଥିବା ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା ରୁ କେମେରା ମେନ୍ ରାଜେଶ ଙ୍କ ସହିତ ଭିଷ୍ମ ସାହୁ ଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ ।