ଶିଶୁ ସୁରକ୍ଷା ସେବା ପ୍ରଦାନକାରୀ ମାନଙ୍କ ପାଇଁ ମନୋ ସାମାଜିକ ସହାୟତା ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

18

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କନଫେରାନ୍ସ ହଲ ଠାରେ ଶିଶୁ ସୁରକ୍ଷା ସେବା ପ୍ରଦାନକାରୀ ମାନଙ୍କ ପାଇଁ ମନୋ ସାମାଜିକ ସହାୟତା ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କର୍ମଶାଳାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଅଳକା ସାହୁ CWC ଚିୟାରପରସନ,A. ଆପା ରାଓ ପ୍ରଭାର ନିର୍ଦ୍ଦେସକ,ଶୀତଲ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ।ଅଙ୍ଗନବାଡି କର୍ମୀ, NGO, ଚାଇଲଡ଼ ଲାଇନ, PRI ମେମ୍ବର ,ଡି.ସି.ପି.ୟୁ ଟିମ,CWC ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କର୍ମଶାଳାରମୁଖ୍ୟ ଉଦ୍ଦେଶ୍ୟ ହେଲା କୋଭିଡ଼ି ସମୟରେ ବାପା ମାଆ ହରାଇଥିବା ପିଲାମାନଙ୍କର ଯେଉଁ ମାନସିକ ସ୍ଥିତି ଦୁର୍ବଳ ଓ ଭୟଭୀତ ହୋଇ ଯାଇଛି।ସେମାନଙ୍କର ମାନସିକ ସ୍ଥିତିକୁ ସୁଧାର ଆଣିବା ସହ କିପରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଅଣାଯିବ ତା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି।ଏହି କର୍ମଶାଳା PECUC, UNICEF, OSCPCR (OSPS) ଦ୍ବାରା ଅନୁଷ୍ଠିତ ହୋଇ ଥିବା ବେଳେ ପ୍ରଭା ସ୍ବେଚ୍ଛାସେବୀ ଅନୁଷ୍ଠାନ ଏହାକୁ ସହଯୋଗ କରିଛନ୍ତି। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More