ଶିଶୁ ସୁରକ୍ଷା ବିଭାଗ ବିଶେଷଜ୍ଞ କମିଟିର ସୋନପୁର ଉପ କାରାଗାର ପରିଦର୍ଶନ

12

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) : – ରାଜ୍ୟ ସରକାରଙ୍କ ଗୃହ ବିଭାଗ ଦ୍ୱାରା ମନୋନୀତ ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ବିଶେଷଜ୍ଞ କମିଟି ସୋନପୁର ଉପ କାରାଗାର ପରିଦର୍ଶନ କରିଛନ୍ତି l ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା କୁମୁଦିନୀ ମୁଦୁଲିଙ୍କ ନେତୃତ୍ୱ ରେ କମିଟିର ସଦସ୍ୟ ପ୍ରଫେସର ଶ୍ରୀ ନୀଳାମ୍ବର ଶତପଥୀ, ଅବକାଶ ମିଶ୍ର, ହେମନ୍ତ କୁମାର ସା, ରାଜୀବ ଲୋଚନ ଗୁରୁ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ଆଇନ ଅଧିକାରୀ ଶ୍ରୀ କେଶବ ଚନ୍ଦ୍ର ମେହେର ଓ ଓମକାର ପ୍ରଧାନ ପ୍ରମୁଖ ପରିଦର୍ଶନ ରେ ଯାଇଥିଲେ l ଏହି ପରିଦର୍ଶନ ସମୟରେ ସମସ୍ତ ଅନ୍ତେବାସୀ ଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ଏଠାରେ ଆଇନ ର ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା l ଉକ୍ତ ପରିଦର୍ଶନ ସମୟରେ ଆଇନ ସହ ଦ୍ଵନ୍ଦରେ ଥିବା ଶିଶୁଙ୍କୁ ଚିହ୍ନଟ କରାଯାଇଥିବା ସଂଗେ ସଂଗେ ଏଥିରେ ଦୁଇ ଜଣ ଅନ୍ତେବାସୀ ଅଠର ବର୍ଷରୁ କମ ଅଛି ବୋଲି ସେମାନେ ନିଜେ ଅଭିଯୋଗ କରିଥିବା ପରିଲକ୍ଷିତ ହୋଇଛି l କିନ୍ତୁ ଏହାର ପ୍ରମାଣ ପତ୍ରକୁ ତଦନ୍ତ କରାଗଲା ପରେ ଜଣାପଡିବ ଏବଂ ତା ସଂଗେ ସଂଗେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ l ଏହି ପରିଦର୍ଶନ ସମୟରେ ସୋନପୁର ଉପ କାରାଗାରର ଅଧିକ୍ଷକ ଡିଳେଶ୍ୱର ଜେନା ସହଯୋଗ କରିଥିଲେ l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More