ଶିଶୁ ସୁରକ୍ଷା ଉପରେ ମହା ବିଦ୍ୟାଳୟର ସ୍ବେଚ୍ଛାସେବୀ ମାନଙ୍କୁ ପ୍ରଶିକ୍ଷଣ

25

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ ) : – ଗଜପତି ଜିଲ୍ଲାରେ ଶିଶୁ ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ଜିଲ୍ଲାର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ପ୍ରତିଜ୍ଞା ର ସଫଳ ରୂପାୟନ ପାଇଁ ଦ୍ୱିତୀୟ ଦିନରେ ମୀନକେତନ ମହା ବିଦ୍ୟାଳୟ ଗୁରାଣ୍ଡୀ, ପର୍ଶୁରାମ ଗୁରୁକୂଳ ମହା ବିଦ୍ୟାଳୟ, ସେବକ ପୁର, ଶ୍ରୀ ରାମ ମହାବିଦ୍ୟାଳୟ କାଶୀ ନଗର,ବିନୋଦିନୀ ମହା ବିଦ୍ୟାଳୟ ପଦ୍ମପୁର,ଗୁମ୍ମା ର 100 ଜଣ ସ୍ବେଚ୍ଛାସେବୀଙ୍କୁ ନେଇ ଶିଶୁ ସୁରକ୍ଷାର ସମସ୍ତ ଦିଗ ଉପରେ ଦିନିକିଆ ପ୍ରଶିକ୍ଷଣ ଶିବିର ଗ୍ରାମୀଣ ଆତ୍ମ ନିର୍ଯୁକ୍ତି ତାଲିମ କେନ୍ଦ୍ର ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେବା ସହ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଶ୍ରୀଯୁକ୍ତ ପଣ୍ଡା ଉପସ୍ଥିତ NSS ,ୟୁଥ ରେଡ଼ କ୍ରସ ଏବଂ ସ୍କାଉଟ ଓ ଗାଇଡ଼ ର ସ୍ବେଚ୍ଛାସେବୀ ମାନଙ୍କୁ ସୈନିକ ଭାବେ ଅବିହିତ କରିବା ସହ ସେମାନଙ୍କ ଦ୍ବାରା ହିଁ ଶିଶୁ ଅଧିକାର ଏବଂ ଶିଶୁ ସୁରକ୍ଷା ର ବାର୍ତ୍ତା ଜିଲ୍ଲାର ଶେଷ ଶିଶୁ ଙ୍କ ପାଖରେ ପହଞ୍ଚିବା ସହ ଜିଲ୍ଲା କୁ ଶିଶୁ ନିର୍ଯ୍ୟାତନା ମୁକ୍ତ ଜିଲ୍ଲା ଭାବରେ ଘୋଷଣା କରିହେବ ବୋଲି ମତ ବ୍ୟକ୍ତ କରିଥିଲେ।ଏଥିରେ ଯୋଗ ଦେଇଥିବା ପ୍ରାୟ ସ୍ବେଚ୍ଛାସେବୀ ନାବାଳିକା ହୋଇ ଥିଲା ବେଳେ ନିଜର ସୁରକ୍ଷା ନିଜ ନେତୃତ୍ୱରେ ନିଆଯିବା କଥାକୁ ସମସ୍ତଙ୍କ ଦ୍ଵାରା ଆଗ୍ରହର ସହିତ ଗ୍ରହଣ କରାଯାଇଥିଲା।ଉପରୋକ୍ତ ପ୍ରଶିକ୍ଷଣ ଶିବିର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ଙ୍କ ନେତୃତ୍ୱରେ ଚାଲିଥିଲା ବେଳେ ଏଥିରେ ଉପରୋକ୍ତ ମହା ବିଦ୍ୟାଳୟ ର NSS ,ୟୁଥ ରେଡ଼ କ୍ରସ,ସ୍କାଉଟ ଓ ଗାଇଡର ସଂଯୋଜକ ମାନେ ଯୋଗ ଦେଇ ସେମାନଙ୍କ ୟୁନିଟ ମାଧ୍ୟମରେ ଶିଶୁ ଅଧିକାର ଏବଂ ସୁରକ୍ଷାର ବାର୍ତ୍ତା ଜିଲ୍ଲାର ଶେଷ ଶିଶୁ ପାଖରେ କିପରି ପହଞ୍ଚିବ ତାହା ଉପରେ ଆଲୋଚନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ। ଶ୍ରୀମତି ଅଳକା ସାହୁ,ଆଇନ ଏଡ଼ର ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ କୁମାର ମେହେର ଓ ୟୁଏନଏଫପିଏର ଜିଲ୍ଲା ସଂଯୋଜିକା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଆଇନ ପର୍ଯ୍ୟବେକ୍ଷକ ଅଧିକାରୀ ଶ୍ରୀଯୁକ୍ତ ଜୟ ପ୍ରକାଶ ବଡ଼ତ୍ୟା ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More