ଶିଶୁ ଶ୍ରମ ନିରାକରଣ ସଚେତନତା ରଥ ଶୁଭାରମ୍ଭ

29

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ ) : ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ରାଜ୍ୟରେ ଶିଶୁ ଶ୍ରମ ଉଛେଦ ସମ୍ପର୍କିତ ଏକ ୧୫ ଦିନିଆ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଅଛି। ଏହି ଅବସରରେ ଆଜି ନବରଙ୍ଗପୁର ଜିଲ୍ଲା ଶ୍ରମ ବିଭାଗ ତରଫରୁ ଆୟାନିତ ଶିଶୁ ଶ୍ରମ ନିରାକରଣ ସଚେତନତା ରଥକୁ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପତାକା ଦେଖାଇ ଉଦ୍ଘାଟନ କରିଥିଲେ ଏବଂ କହିଥିଲେ ଯେ ଶିଶୁ ହସିଲେ ଦେଶ ହସିବ, ଶିଶୁ ମାନେ ହେଉଛନ୍ତି ଦେଶର ଭବିଶ୍ୱତ ।୧୪ ବର୍ଷରୁ କମ ବୟସର ଶିଶୁ ମାନଙ୍କୁ କୌଣସି କାମରେ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ ଅଟେ। ଶିଶୁ ଶ୍ରମ ନିରାକରଣ ଉଦ୍ଦେଶ୍ୟରେ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମର ସଫଳ ରୂପାୟନ ରେ ସମସ୍ତେ ପୂର୍ଣ୍ଣ ସହଯୋଗ କରିବା ପାଇଁ ଜିଲ୍ଲାପାଳ ଡକ୍ଟର ମିଶ୍ର ଆହ୍ବାନ ଦେଇଥିଲେ। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରାଇ ତ, ମଣ୍ଡଳ ଶ୍ରମ ଆୟୁକ୍ତ କୁବେର ବେହେରା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନୀଆଲ୍, ଭାରପ୍ରପ୍ତ ଶ୍ରମ ଅଧିକାରୀ ଗୋପାଳ କୃଷ୍ଣ ମଙ୍ଗରାଜ, ସହ ଶ୍ରମ ଅଧିକାରୀ, ଜିଲ୍ଲା ଶ୍ରମ କାର୍ଯ୍ୟାଳୟର କର୍ମଚାରୀ ପ୍ରମୁଖ ଯୋଗଦେଇ ଥିଲେ। ଶ୍ରମ ଆଇନ୍ ୧୯୮୬ ମସିହା ଅନୁସାରେ ୧୪ ବର୍ଷରୁ କମ୍ ବୟସ ର ଶିଶୁ କୁ କୌଣସି କାମ ରେ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ ଅଟେ। ସେପରି ୧୫ ରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ କୌଣସି ବିପଦ ସଙ୍କୁଳ କାମରେ, ବୃତ୍ତି ଓ ପ୍ରକ୍ରିୟା ରେ ନିୟୋଜିତ କରିବା ମଧ୍ୟ ବାରଣ କରାଯାଇଛି। ଯଦି କୌଣସି ଜାଗାରେ ଶିଶୁ ଶ୍ରମିକ ନିୟୋଜିତ ଥିବା ଦେଖିଲେ ତୁରନ୍ତ ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କୁ ଶ୍ରମିକ ସହାୟତା ହେଲ୍ପ ଲାଇନ ନମ୍ବର,୧୫୫୩୬୮, ଚାଇଲ୍ଡ ଲାଇନ ନମ୍ବର୧୦୯୮ ରେ ଯୋଗାଯୋଗ କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି।ନବରଙ୍ଗପୁର୍ ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ସ୍ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More