ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

22

Get real time updates directly on you device, subscribe now.

ଗଜପତି (ସଂଘର୍ଷ ମିଡିଆ ) : -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରାକୁ ଗଜପତି ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡା ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ।ଏହି ଶୋଭା ଯାତ୍ରା ସହର ପରିକ୍ରମା କରି ବିଭିନ୍ନ ସ୍ଲୋଗାନ ଦେଇ ସଚେତନତା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ଲୋକନାଥ ପଣ୍ଡା, ଶ୍ରମ ନିରୀକ୍ଷକ ସୋମନାଥ ପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଏକ୍ସସନ ଏଇଡ଼ର ଜିଲ୍ଲା ସଂଯୋଜକ ବିକାଶ ମେହେର,ଚାଇଲଡ଼ ଲାଇନର ସଂଯୋଜକ ନାଗେଶ୍ୱର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା କରାଯାଇଛି। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More