କଳାହାଣ୍ଡି(ସଂଘର୍ଷ ମିଡିଆ) : – ସରକାର ପ୍ରବଳ ଖରା ହେଉଥିବା ବେଳେ ସ୍କୁଲ କଲେଜ ବନ୍ଦ ହେବା ସମୟରେ ଶିଶୁ ଶ୍ରମିକ ମାନଙ୍କୁ ନେଇ କି ଚାଳିଛି ରାସ୍ତା କାମ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବେଲଖଣ୍ଡି ଗ୍ରାମ ପଞ୍ଚାୟତ ସ୍ଥିତ ବେଲଖଣ୍ଡି ଗ୍ରାମ ଦେଇ ପଲମ୍ ଛକ କୁ ସଂଯୋଗ କରୁଥିବା ଙ୍କ କ୍ରିଟ ରାସ୍ତା ର କାମ ଦେଖି ବାକୁ ମିଳିଛି ! ସ୍କୁଲ କଲେଜ ବନ୍ଦ ହେବା ସମୟରେ ଶିଶୁ ଶ୍ରମିକ ମାନ ଙ୍କୁ ନେଇକି କାମ କରୁ ଥିବାରୁ ଦୃଷ୍ଟି ଗୋଚର ହୋଇଥିଲା ।ଏପରି ଶିଶୁ ଶ୍ରମିକ ଉପରେ କାମ କରାଉ ଥିବା ଠିକାଦାର କୁ ପଚାରିବାରୁ ସେ କୌଣସି ଉତର ରଖି ପରିନ ଥିଲେ ।ଏ ହାରି ଉପେରେ ଆମେ ପି,ଡ,ବ୍ଲୁ,ଡି , ରାସ୍ତା ଜେଇ ଙ୍କୁ ଫୋନ ଯୋଗେ ପଚାରି ବାରୁ ଶ୍ରମିକ ମାନେ ସକାଳ ୮ ଟାରୁ ୧୧ଟା ଓ ୩ଟାରୁ୬ଟା ପର୍ୟ୍ଯନ୍ତ କାମ କାମ କରିବା ପାଇଁ କରିବା କଥା ବୋଲି ଜେଇ କହିଛନ୍ତି ।କିନ୍ତୁ ଏଇଠି ତାର ଓଲଟା ମଧ୍ୟାନ୍ନ ୮ଟା ରୁ ୨ ଟାରେ ଶିଶୁ ଶ୍ରମିକ ମାନଙ୍କୁ ନେଇ ଠି କାଦାର କାମ କରୁଛନ୍ତି ।ରାସ୍ତା କାମ ରେ ଏହି ଶିଶୁ ଶ୍ରମିକ ଜୀବନ ହାନିହୁଏ ତା ହେଲେ ଉତ୍ତରା ଦାୟୀ ହେବ କିଏ ସରକାର ନା ଠିକାଦାର ଦାୟୀ ହେବେକି । ସରକାରୀ ବାବୁ ମାନେ ଏହି ରାସ୍ତା ଦେଇ ଅନେକ ଥର ଯାତାୟତ କରୁଥିଲେ ମଧ୍ୟ କାହାରି ନଜର ପଡୁନି କାହିଁକି ଏହି ଶିଶୁ ଶ୍ରମିକ ଙ୍କ ଉପରେ ।ଏ ପରି ଶିଶୁ ଶ୍ରମିକ ଙ୍କୁ କାମରେ ଲଗାଉଥିବା ଠି କାଦାର ଙ୍କ ଉପରେ ଦୃଢ କାର୍ଯ୍ୟ ନିଆ ଯାଉ ବଲୀ ସାଧାରଣ ରେ ଚର୍ଚ୍ଚାର ବିଷୟ ପାଲଟିଛି !