ଶିଶୁ ମହୋତ୍ସବ ସୁରଭି ୨୦୨୨ଅନୁଷ୍ଠିତ

11

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : -କଟକ ଜିଲ୍ଲା କଣ୍ଟାପଡା ବ୍ଲକ ନାହାଳପୁର ଗ୍ରାମପଞ୍ଚାୟତ ନାହାଳପୁର ପ୍ରୋଜେକ୍ଟ ଉପ୍ରା ବିଦ୍ୟାଳୟ ପ୍ରାଙ୍ଗଣରେ କାଳନ୍ଦୀ ନାୟକ ନୋଡାଲ ହାଇସ୍କୁଲ କ୍ଲସ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ କେ.ଏନ.ନୋଡାଲ ହାଇସ୍କୁଲ,ଜୋହଳ ସ୍କୁଲ,ନାହାଳପୁର ବାଳିକା ବିଦ୍ୟାଳୟ, ନୂଆଗାଁ ଶାସନ ରାଧାମଧବ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ନାଚ,ଗୀତ,ବକ୍ତୃତା,ଆକ୍ଟିଂଗ ଇତ୍ୟାଦି ପ୍ରତିଯୋଗିତାରେ ଭାଗ ନେଇ ନିଜ ନିଜର ଦକ୍ଷତା ର ପରିଚୟ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ କ୍ଲସ୍ଟରର CRCC ଶ୍ରୀଯୁକ୍ତ ରାସବିହାରୀ ରଣାଙ୍କ ତତ୍ୱବାଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ନାହାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପୃଥ୍ବୀରାଜ ପଣ୍ଡା ସଭାପତିତ୍ୱ କରିଥିଲେ।ନାହାଳପୁର ଉଚ୍ଚ ବାଳିକା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରଞ୍ଜିତା ଦାସ ମୁଖ୍ୟ ଅତିଥି ,କେ.ଏନ.ନୋଡାଲ ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ କୃଷ୍ନାକୁମାରି ଦେଇ ମୁଖ୍ୟ ବକ୍ତା,ସଂମ୍ମାନୀତ ଅତିଥି ଭାବେ ନାହାଳପୁର ଉଚ୍ଚ ବାଳିକା ବିଦ୍ୟାଳୟ ର ପୂର୍ବତନ ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ଆରତୀ ପଣ୍ଡା ଓ ଶ୍ରୀମତୀ ବିଳାସିନୀ ଜେନା ଯୋଗଦେଇଥିଲେ।କ୍ଲସ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।କଟକ ଜିଲ୍ଲା ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More