ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ଗୋଷାଣି ବ୍ଲକ ସଦରମହକୁମା ଠାରେ ଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସଭା ଗୃହ ଠାରେ ମିଶନ ଶିଶୁ ଅଧିକାରକୁ ନେଇ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସମ୍ବନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶାଳା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷାଣି ବିଡିଓ ଗୌରଚନ୍ଦ୍ର ପଟ୍ଟନାୟକ, ପରାମର୍ଶ ଦାତା ଡି.ମଲ୍ଲିକ, ମିଶନ ଶକ୍ତିର ବିପିସି ଅମ୍ବିତ ପରିଚ୍ଛା, ବିଏଲସି ମାନସ କୁମାର ପାଣି ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଗୋଷାଣି ବ୍ଲକର ସମସ୍ତ ସମସ୍ତ ଆଇସିଡିଏସ୍ ସୁପରଭାଇଜର ମାନଙ୍କ ସମେତ ଏମବିକେ, ସିଆରପି, ଅଙ୍ଗନବାଡି କର୍ମୀ, ମିଶନଶକ୍ତି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ମାନଙ୍କୁ ଶିଶୁ ଅଧିକାର ଓ ସୁରକ୍ଷାକୁ ନେଇ ତାଲିମ ଦିଆଯାଇଥିଲା । ଲିଙ୍ଗଗତ ତାରତମ୍ୟ ଜନିତ ଲିଙ୍ଗ ନିରୂପଣ ରୋକିବା, କନ୍ୟା ସନ୍ତାନର ସ୍ବାସ୍ଥ୍ୟ, ପୃଷ୍ଠି ନିରାପତ୍ତା ଏବଂ ବଞ୍ଚି ରହିବା ସୁନିଶ୍ଚିତ କରିବା, ଶିଶୁମାନେ ବିଦ୍ୟାଳୟକୁ ଯିବା, କନ୍ୟା ଶିଶୁର ଗୁରୁତ୍ବ ସମ୍ପର୍କରେ ଗୋଷ୍ଠୀ ଏବଂ ସମସ୍ତ ସେବା ପ୍ରଦାନକାରୀ ସଂସ୍ଥା ମାଧ୍ୟମରେ ସଚେତନତା ବୃଦ୍ଧି କରିବା, କିଶୋର ନ୍ୟାୟ, ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା, ଅଧିନିୟମ, ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ମାନଙ୍କୁ ଚିହ୍ନଟ କରିବା, ଆଇନ ସହ ସଂଷ୍ପର୍ଶରେ/ଦ୍ବନ୍ଦରେ ଥିବା ଶିଶୁ ଏହିଭଳି ଶୁଶୁମାନଙ୍କ ଯତ୍ନ ଓ ସୁରକ୍ଷା ନିମନତ୍ତେ ବ୍ୟବସ୍ଥା କରିବା, ବିଧିସଙ୍ଗତ ସେବା, ଆନୁଷ୍ଠାଙ୍ଗିକ ସେବା, ଅଣଆନୁଷ୍ଠାନିକ ସେବା ଆଦି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଯାଇଥିଲା ।