ଶିଶୁଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ

9

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ଜିଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି।ପ୍ରଭାଗ୍ୟ ଶ୍ରମ ଆୟୁକ୍ତ ବାବା ଆନନ୍ଦ ରଂଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲାପାଳ ପାରୁଲ ପଟାୱରୀ ଯୋଗଦେଇ ଶିଶୁ ଶ୍ରମିକ ସଚେତନତା ରଥକୁ ପତାକା ହଲାଇ ଶୁଭାରମ୍ଭ କରିଥିଲେ।ଏହି ଶିଶୁ ଶ୍ରମିକ ସଚେତନତା ରଥ ଜିଲାର ଚାରୋଟି ବ୍ଳକ ଯଥା ଜଗତସିଂହପୁର ବ୍ଳକ, ତିର୍ତ୍ତଲ, କୁଜଙ୍ଗ, ରଘୁନାଥପୁର ବ୍ଳକ ସମେତ ଦୁଇଟି ମୁନିସିପାଲଟିରେ ବୁଲି ସଚେତନ କରିବ।ରାଜ୍ୟ ସରକାରଙ୍କ ଶିଶୁ ଶ୍ରମ ମୁକ୍ତ ଓଡିଶା ଗଠନ ଏହାର ମୁଖ୍ୟ ଉଦ୍ଦେଶ୍ୟ।ଏହି ରଥ ବ୍ଳକ କୁ ଯାଇ ଚଉଦ ବର୍ଷ ପୂର୍ଣ୍ଣ କରିନଥିବା ଶିଶୁଙ୍କୁ ନିଯୁକ୍ତ ଦେବା ଓ ଅଠର ବର୍ଷ କିଶୋର ଙ୍କୁ ବିପଦ ସଂକୁଳ ବୃତ୍ତରେ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ ଅଟେ।ଯଦି କୌଣସି ବ୍ୟକ୍ତି ନିୟୋଜନ କରୁଥିଲେ ପଚାଶ ହଜାର ଫାଇନ ସହ ତିନିବର୍ଷ ଜେଲଦଣ୍ଡ ଭୋଗିବେ ବୋଲି ଜନସାଧାରଣଙ୍କୁ ସଚେତନ କରିବ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More