ଶିଶୁର ମୃତ୍ୟୁ ପରେ ତାକୁ ନେଇ ଶିଶୁଭବନରୁ ଫେରାର ହେଲେ ଦମ୍ପତ୍ତି

16

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : ଶିଶୁଭବନ ରେ ଜଣେ ଶିଶୁର ମୃତ୍ୟୁ ହେବା ପରେ ତାକୁ ନେଇ ଶିଶୁଭବନରୁ ଫେରାର ହୋଇଗଲେ ଦମ୍ପତ୍ତି ।ତେବେ ସେମାନଙ୍କ ମଧ୍ୟରୁ ମୃତ ଶିଶୁ ଏବଂ ତାର ମାର ଆଣ୍ଟିଜେନ ରିପୋର୍ଟ କରୋନା ପିଜିଟିଭ ଆସିଥିଲା ।ଭୂବନେଶ୍ଵରର ଧଉଳିରୁ ଚିକିତ୍ସା ପାଇଁ ଗତକାଲି ସେମାନେ ଶିଶୁଭବନ ଆସିଥିଲେ । ସେମାନଙ୍କୁ କାଜୁଆଲଟିରେ ରଖାଯାଇ ଦମ୍ପତ୍ତି ଏବଂ ସେମାନଙ୍କ ଶିଶୁର ଆଣ୍ଟିଜେନ ଟେଷ୍ଟ କରିଥିଲେ ଶିଶୁଭବନର ଡାକ୍ତର । ଆଉ ସେଥିରୁ ମା ଓ ଶିଶୁର ରିପୋର୍ଟ ପିଜିଟିଭ ଆସିବା ପରେ ଉଭୟ ମା ଏବଂ ଶିଶୁକୁ କୋଭିଡ ହସ୍ପିଟାଲକୁ ନେବା ପାଇଁ ଶିଶୁଭବନ ପକ୍ଷରୁ ପ୍ରାୟସ ଆରମ୍ଭ ହେଲା ଏବଂ ସେହି ସମୟ ଭିତରେ ଏକ ମାସ ୭ ଦିନର ଶିଶୁଟି ପ୍ରାଣ ହରାଇଥିଲା ।ଏମାନେ କରୋନା ପଜିଟିଭ ଜଣାପଡିବା ପରେ ମେଡିକାଲ ପକ୍ଷରୁ ସେମାନଙ୍କୁ ଏକ ରୁମରେ ଅଲଗା ରଖାଇଥିଲେ ।ହେଲେ ଏହି ଦମ୍ପତ୍ତି ମଉକା ଦେଖି ମୃତ ଶିଶୁଟିକୁ ସେଠାରୁ ନେଇ ଫେରାର ହୋଇଯାଇଥିଲେ ।ପରେ ମେଡିକାଲ କ୍ୟାମ୍ପସ ଭିତରେ ଖୋଜାଖୋଜି କରିଥିଲେ ମେଡିକାଲ କର୍ମଚାରୀ । ହେଲେ ସେମାନଙ୍କ ବାବଦରେ କୌଣସି ଖବର ନ ମିଳିବାରୁ ଲାଲବାଗ ଥାନାରେ ଏତଲା ରୁଜ୍ଜୁ କରିଥିଲେ ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ ଶତପଥୀ ।ତେବେ ସେହି ଘଟଣାରେ ଶିଶୁଭବନ ଅଧିକ୍ଷକଙ୍କ ପ୍ରତିକ୍ରିୟା ମିଳି ନ ଥିବା ବେଳେ ଆଜି ପ୍ରତିକ୍ରିୟା ରଖି ସିଏମସି କମିଶନର କହିଛନ୍ତି ସେ ବାବଦରେ ତୁରନ୍ତ କଣ୍ଟ୍ରୋଲ ରୁମକୁ ଖବର ଦିଆସରିଛି ।ସେମାନଙ୍କୁ ଖୋଜା ଚାଲିଛି ଏବଂ ସେମାନଙ୍କୁ ପାଇବା ପରେ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲକୁ ନିଆଯିବ ବୋଲି କହିଛନ୍ତି ସିଏମସି କମିଶନର ଅନନ୍ୟା ଦାସ। କଟକରୁ ସୁରେଶ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More