ଶିଶୁଟିର ଅଣ୍ଡକୋଷ ବୃଦ୍ଧି, ଚିକିତ୍ସା ଓ ଅସ୍ତ୍ରୋପଚାର ପାଇଁ ଅର୍ଥ ସାଜିଛି ବାଧକ

10

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : -ଶିଶୁଟିଏ ଅଣ୍ଡକୋଷ ବୃଦ୍ଧି,ଅଧିକ ଚିକିତ୍ସା ଓ ଅସ୍ତ୍ରୋପଚାର ପାଇଁ ଅର୍ଥ ସାଜିଛି ବାଧକ l ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର ଧାମନାଗୁଡା ଗ୍ରାମ ପଞ୍ଚାୟତ ଅଧିନ ଏକମ୍ବ।ଗ୍ରାମର କମଳ ଲୋଚନ ଚଲାଣ ଓ ସ୍ତ୍ରୀ ପିଙ୍କି ଚଲାଣଙ୍କ ୩ ଟି ପୁତ୍ର ସନ୍ତାନ ନେଇ ଏକ ଖୁସି ପରିବାର l କମଳ ଲୋଚନ ପ୍ରତିଦିନ କୁଲି ମଜୁରୀ କରି ନିଜ ପରିବାର ପ୍ରତିପୋଷଣ କରନ୍ତିl ୨ ବର୍ଷ ତଳେ ୩ୟ ପୁତ୍ର ପ୍ରଦୀପ ଚଲାଣ ଙ୍କ ଜନ୍ମ ହୋଇଥିଲା lଜନ୍ମ୍ ପରେ ୧ ବର୍ଷ ପରିବାର ହସ ଖୁସିରେ ପରିବାର ଚାଲିଥିବା ବେଳେ ୩ ୟ ପୁତ୍ର ପ୍ରଦୀପଙ୍କ ଅଣ୍ଡକୋଷ କ୍ରମଶଃ ବୃଦ୍ଧି ପାଇବାରେ ଲଗିଲା l ପିତା ମାତା ପୁତ୍ରକୁ ଧରି ପ୍ରଥମେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଦ୍ଵାରା ଚିକିତ୍ସା କରାଇଥିଲେ l କିଛି ଦିନ ଚିକିତ୍ସା ପରେ ଡାକ୍ତର ଙ୍କ ପରାମର୍ଶ କ୍ରମେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଡାକ୍ତର ଚିକିତ୍ସା ପରେ ପିଲାଟିକୁ ଉତ୍ତମ ଚିକିତ୍ସା ପାଇଁ ବ୍ରହ୍ମପୁର ପଠାଇଥିଲେ l ସେଠାରେ କିଛି ଦିନ ଚିକିତ୍ସା ପରେ ଅର୍ଥାଭାବ ଯୋଗୁଁ ପୁଅକୁ ଧରି ନିଜ ଘରକୁ ଚାଲି ଆସିଥିଲେ କମଳ ଲୋଚନ l ଅର୍ଥାଭାବ ଯୋଗୁଁ ଚିକିତ୍ସା କରି ନ
ପାରିବାରୁ ସରକାରଙ୍କ ଠାରୁ ସରକାରୀ ସାହାଯ୍ୟ ମିଳିଲେ ପୁଅଟିର ଅସ୍ତ୍ରୋପଚାର କରି ପାରିବେ ବୋଲି କମଳ ଲୋଚନ ନିବେଦନ କରିଛନ୍ତି l ରାଷ୍ଟ୍ରୀୟ ବାଲ ବିକାଶ ସ୍ୱାସ୍ଥ୍ୟ କଲ୍ଯାଣ ଯୋଜନା ଜିଲ୍ଲା ସଂଯୋଜକ ଫିରୋଜ ବାଘଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ଗ୍ରାମକୁ ଆମର ଟିମ୍ ପଠାଇ ଶିଶୁଟିର ଅସ୍ତ୍ରୋପଚାର ପାଇଁ ବ୍ରହ୍ମପୁର ପଠାଇବା ପାଇଁ ବ୍ୟବସ୍ଥା କରାଯିବ ଓ ଏହି ଯୋଜନା ମାଧ୍ୟମରେ ମାଗଣାରେ ଚିକିତ୍ସା କରାଯିବ ବୋଲି ମତ ବ୍ୟକ୍ତ କରିଥିଲେ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More