ଶିଳ୍ପାନୁଷ୍ଠାନଗୁଡ଼ିକରେ କାର୍ଯ୍ୟ ସ୍ୱାଭାବିକ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ , ୩୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟକ୍ଷମ ହେବ ଶିଳ୍ପ ସଂସ୍ଥା

17

Get real time updates directly on you device, subscribe now.

ଭୁବନେଶ୍ବର (ସଂଘର୍ଷ ମିଡିଆ )  ଶିଳ୍ପାନୁଷ୍ଠାନଗୁଡ଼ିକରେ କାର୍ଯ୍ୟ ସ୍ୱାଭାବିକ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଶିଳ୍ପାନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀମାନେ ଯେଭଳି ସହଜରେ ନିଜ ଘରୁ  ଅଫିସ, ଶିଳ୍ପାନୁଷ୍ଠାନକୁ ଯାତାୟତ କରିପାରିବେ ସେଥିପାଇଁ ଆଜି ରାଜ୍ୟ ସରକାର କେତେକ ନିର୍ଦ୍ଦେଶ ଜାରି କରିଛନ୍ତି। ଯେଉଁ ଶିଳ୍ପ ସଂସ୍ଥା ଅବା କର୍ପୋରେଟ ହାଉସ୍ ଲକଡାଉନ୍ ଅବଧି ମଧ୍ୟରେ କାର୍ଯ୍ୟ କରିବାକୁ ଅନୁମତି ପାଇଥିବେ ସେମାନଙ୍କ ଦ୍ୱାରା ଦାଖଲ ଆବେଦନପତ୍ର ଆଧାରରେ ଜିଲ୍ଲା ମୁଖ୍ୟାଳୟ ଅବା ଅନ୍ୟ ସ୍ଥାନରେ ଥିବା କର୍ପୋରେଟ ଅଫିସକୁ କାର୍ଯ୍ୟକ୍ଷମ କରିବାକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଅବା ପୌରାଞ୍ଚଳରେ ନିର୍ବାହୀ ଅଧିକାରୀଙ୍କ ଅନୁମତି ପ୍ରଦାନ କରିବେ । ସେହିପରି ଶିଳ୍ପ ସଂସ୍ଥା  ପକ୍ଷରୁ ଜିଲ୍ଲାପାଳ ଅବା ମ୍ୟୁନିସପାଲ କମିଶନରଙ୍କୁ ଲିଖିତ ଭାବେ କେତେକ କର୍ମଚାରୀ (ସର୍ବାଧିକ ୩୦ପ୍ରତିଶତ) ଓ ଗାଡ଼ି ଆସିବ ତାହା ଲିଖିତ ଭାବେ ଆଗୁଆ ଅବଗତ କରାଯିବ । ଦୁଇଚକିଆ ଗାଡ଼ିରେ କେବଳ ଜଣେ ଲୋକ ଯାତ୍ରା କରିପାରିବେ ଓ  ଚାରିଚକିଆ ଯାନରେ ଡ୍ରାଇଭର ଓ ପଛ ସିଟରେ ଜଣେ ଯାତ୍ରୀଙ୍କ ଯାତାୟତ ନିମନ୍ତେ ଅନୁମତି ମିଳି ବ। ସେହିପରି ଶିଳ୍ପ ସଂସ୍ଥା ବା ଅଫିସର କୌଣସି କର୍ମଚାରୀଙ୍କ ଆନ୍ତଃ ଜିଲ୍ଲା ଯାତାୟତ ନିମନ୍ତେ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କ ଦ୍ୱାରା ପାସ୍ ଇସ୍ୟୁ କରାଯାଇପାରିବ ବୋଲି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More