ଶିଳା ସ୍ଥାପନ ଉତ୍ସବ ଉପଲକ୍ଷେ ଛାତ୍ର ଛାତ୍ରୀ ମାନଙ୍କର ନଗର ପରିକ୍ରମା

8

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ ) : ପାରଳାଖେମୁଣ୍ଡି ଠାରେ ନିର୍ମାଣା ଧୀନ ନୂତନ ଜଗନ୍ନାଥ ମନ୍ଦିର ଉଦ୍ଦେଶ୍ୟରେ 13 ମଇ ଠାରୁ 16 ମଇ ପର୍ଯ୍ୟନ୍ତ ସମୂହ ଶିଳା ସ୍ଥାପନ ଉତ୍ସବ ଉପଲକ୍ଷେ ଆଜି ସରସ୍ୱତୀ ଶିଶୁ ମନ୍ଦିରର ପ୍ରାୟ 300 ଛାତ୍ର ଛାତ୍ରୀ ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଥିଲେ। ପ୍ରତ୍ୟେକ ପିଲା ଓ ଗୁରୁଜୀ ଗୁରୁମା ନିଜ ସହ ଛୋଟ ବଡ଼ ପଥର ଧରି ଜୟ ଜଗନ୍ନାଥ ଘୋଷ ଧ୍ବନି ଦେଇ ନିର୍ମାଣା ଧୀନ ମନ୍ଦିର ନିକଟରେ ପହଞ୍ଚିବା ପରେ ଏହାର ମୂଳ ଦୁଆରେ ଶିଳା ସ୍ଥାପନ କରିଥିଲେ।ଏହି ଅବସରରେ ଶ୍ରୀ ଜଗନ୍ନାଥ ସେବା ଦଳର ଦୁର୍ଗା ପ୍ରସାଦ ପାଣିଗ୍ରାହୀ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।ଶିଶୁ ମନ୍ଦିର ର ସଂପାଦକ ରମେଶ ଚନ୍ଦ୍ର ସାହୁକର, ସଦସ୍ୟା ଶ୍ରୀମତୀ ସୁଷମା ଦାଶ ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ସହ ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ ପାଢ଼ୀ ଓ ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More