ଶିଳାନ୍ୟାସ କରିବାକୁ ଆସି ବିଧାୟକ ସମୀର ରଞ୍ଜନ ଦାଶ ହେଲେ ହଟହଟା

8

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ) ; – ପୁରୀ ଚକରୋଡା ଠାରେ ଶିଳାନ୍ୟାସ କରିବାକୁ ଆସି ବିଧାୟକ ହେଲେ ହଟହଟା । ବିଧାୟକଙ୍କୁ ଗ୍ରାମବାସୀଙ୍କ ବିରୋଧ , ବିଧାୟକଙ୍କ ଅଟକ ରଖିବା ସମୟରେ ବଡି ଗାଡ଼ କୁ ଆକ୍ରମଣ । ରାସ୍ତା ନିର୍ମାଣ ଶିଳାନ୍ୟାସ ନ କରି ଫେରିଲେ ନିମାପଡା ବିଧାୟକ । ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଛଣିଜଙ୍ଗ ପଞ୍ଚାୟତ ଚକରୋଡା ଗ୍ରାମରେ ନିମାପଡା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ କରିବାକୁ ଆସି ହେଲେ ହଟହଟା ।ସୂଚନାରୁ ପ୍ରକାଶ ଯେ ଦୀର୍ଘ ଦିନ ହେଲା ଚାରିଛକ ଗୋପ ମୁଖ୍ୟ ରାସ୍ତାରୁ ଚକରୋଡା ଗ୍ରାମକୁ ଭଲ ରାସ୍ତା ନ ଥିଲା ।ଯାହା ଫଳରେ ଗ୍ରାମର ଛାତ୍ର ଛାତ୍ରୀ , ରୋଗୀ ନେବାପାଇଁ ଗ୍ରାମକୁ ଆମ୍ବୁଲାନ୍ସ ନ ଆସିବା ,ଗ୍ରାମକୁ ଯାନବାହନ ନ ଯିବା ସହିତ ବିଭିନ୍ନ ପ୍ରକାର ଅସୁବିଧା ରେ ସମୁଖୀନ ହେଉଥିଲେ । ଏହି ରାସ୍ତା ପାଇଁ ଗ୍ରାମବାସୀ ପକ୍ଷରୁ ରାସ୍ତା ଅବରୋଧ କରିବା ସହ ବ୍ଲକ ଆଗରେ ଧାରଣା ଦେଇଥିଲେ । ପରେ ପୁରୀ ଜିଲ୍ଲା ପାଳ ,ବିଡ଼ିଓ ,ଜେଇ ,ଓ ବିଧାୟକ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଉଠିଥିଲେ ।ଏହି ରାସ୍ତା ନିର୍ମାଣ ପାଇଁ ୧୦ ଲକ୍ଷ ଲେଖ ଦୁଇଟି ପର୍ଯ୍ୟାୟରେ ୨୦ ଲକ୍ଷ ଟଙ୍କା ଆସିଥିଲା ।ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କାର ଚାରିଛକ ଗୋପ ରାସ୍ତା ଠାରୁ ରାସ୍ତା କାର୍ଯ୍ୟ ହୋଇଥିଲା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କାର କାର୍ଯ୍ୟ ପୂର୍ବରୁ ହୋଇଥିବା ରାସ୍ତା କାମ ଅଧାରୁ ନ ହୋଇ ଗ୍ରାମ ଶେଷ ମୁଣ୍ଡରେ ଥିବା କେଉଟ ସାଳଦା ଗ୍ରାମ ଠାରୁ କରିବା ପାଇଁ ବିଧାୟକ କହିଥିଲେ । ଏହି ରାସ୍ତା ଗୁପ୍ତ ଭାଵରେ ବିଧାୟକ ମନ ଇଚ୍ଛାରେ ପକୃତ ରାସ୍ତା ହେବା କଥା ସେଠାରେ ନ କରି ଆବଶ୍ୟକ ନ ଥିବା ସ୍ଥାନରେ କାର୍ଯ୍ୟ ଆରମ୍ଭ ପାଇଁ ଶିଳାନ୍ୟାସ କରିବାକୁ ଆସିଥିଲେ । ଏହି ଶିଳାନ୍ୟାସ କରିବା କୁ ଆସିବାର ଖବର ପାଇ ଗ୍ରାମବାସୀ ଶୁଣି ଶିଳାନ୍ୟାସକୁ ବିରଧ କରିଥିଲେ । ବାଧ୍ୟ ହୋଇ ବିଧାୟକ ଶିଳା ନ୍ୟାସ ନକରି ଫେଇଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More