ଶିମିଳିପାଳ: ଶିକାରୀ ଗୁଳିରେ ପୁଣି ଜଣେ ଫରେଷ୍ଟର ମୃତ

9

Get real time updates directly on you device, subscribe now.

ମୟୂରଭଞ୍ଜ(ସଂଘର୍ଷ ମିଡିଆ) : – ଗତ ମେ ମାସରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଫରେଷ୍ଟ ଗାର୍ଡ ବିମଳ ଜେନା ଙ୍କୁ ଶିକାରୀ ମାନେ ଗୁଳି କରି ହତ୍ୟା କରାଯିବା ଘଟଣା ମନରେ ନ ଲିଭୁଣୁ ପୁଣି ଜଣେ ମୟୂରଭଞ୍ଜ ଜିଲ୍ଲାର ଅନନ୍ୟ ପରିଚୟ ଶିମିଳିପାଳ ଅଭୟାରଣ୍ୟରେ ଶୁକ୍ରବାର ଜଣେ ବନ କର୍ମଚାରୀଙ୍କୁ ଶିକାରୀ ମାନେ ଗୁଳି କରି ହତ୍ୟା କରିଛନ୍ତି। ଶୁକ୍ରବାର ବିଳମ୍ୱିତ ରାତି ପ୍ରାୟ ୨ ଘଟିକା ୩୦ ମିନିଟ ସମୟରେ ଗୁଳିମାଡରେ ବନକର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଉତ୍ତର ଶିମିଳିପାଳର ଉପର ବରାହକାମଡ଼ା ରେଂଜ ଅଧୀନ ଗାମଛାଚରଣ ନିକଟରେ ଶିକାରୀ ଓ ବନକର୍ମଚାରୀଙ୍କ ମଧ୍ୟରେ ଗୁଳିବିନିମୟ ହେଇଥିଲା । ଏହି ସମୟରେ ଶିକାରୀଙ୍କ ଗୁଳିମାଡ଼ରେ ଫରେଷ୍ଟର ମାଠି ହାଁସଦା ଗୁରୁତର ଆହତ ହେଇଥିଲେ । ସେ ପେଟ୍ରୋଲିଂ କରୁଥିବା ସମୟରେ ତାଙ୍କ ଉପରକୁ ୬ ଜଣ ଶିକାରୀ ଗୁଳିମାଡ଼ କରିଥବା ଜଣାପଡ଼ିଛି । ବନକର୍ମଚାରୀ ମାନେ ଗୁରୁତର ଅବସ୍ଥାରେ ଫରେଷ୍ଟରଙ୍କୁ ସେଠାରୁ ଉଦ୍ଧାର କରି କରଂଜିଆ ମେଡ଼ିକାଲରେ ଭର୍ତି କରିଥିଲେ । ସେଠାରେ ତାଙ୍କ ମୃତ୍ୟୁ ହେଇଥିବା ସୂଚନା ମିଳିଛି। କରଂଜିଆ ସ୍ଥିତ ଉପଖଣ୍ଡ ଚିକିତ୍ସାଳୟ ରେ ଉତ୍ତର ଶିମିଳିପାଳର ଡେପୁଟି ଡ଼ାଇରେକ୍ଟର ସାଈ କିରଣ ଡିଏନ,କରଂଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ,କରଂଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସୁଦର୍ଶନ ଗାଙ୍ଗୋଇ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ଘଟଣାକୁ ପୋଲିସ ଗୁରୁତର ସହକାରେ ନେଇ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ଓ ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ମଧ୍ୟ ଜବତ ହେଇଥିବା ସୂଚନା ମିଳିଛି। ଚଳିତବର୍ଷ ଶିମିଳିପାଳ ରେ ବାରମ୍ବାର ଶିକାରୀଙ୍କ ଗୁଳିମାଡ ଘଟଣା ଘଟୁଥିବାରୁ ପରିବେଶବିତ ଓ ଅଂଚଳ ବାସୀ ଏହାକୁ ତୀବ୍ର ନିନ୍ଦା କରିଛନ୍ତି । ଏଥିପ୍ରତି ସରକାର ବିଶେଷ ଦୃଷ୍ଟି ଦେଇ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ଯୋର ଧରିଛି । ଫରେଷ୍ଟରଙ୍କ ମୃତ ଦେହ ବ୍ୟବଚ୍ଛେଦ ପାଇଁ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରାଯାଇଛି । ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଦଳକୁ ଖବର କରାଯାଇଥିବା ସୂଚନା ମିଳିଛି । ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More