ଶିମିଳିପାଳ ପାଦଦେଶରେ ଶିକାରୀ ଗୁଳିମାଡ଼ରେ ଟଳି ପଡ଼ିଲେ ଫରେଷ୍ଟ ଗାର୍ଡ

11

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ମଙ୍ଗଳବାର ଶିମିଳିପାଳରେ ଫୁଟିଲା ଗୁଳି। ଶିକାରୀ ଗୁଳିମାଡ଼ରେ ଆଖି ବୁଜିଲେ ଫରେଷ୍ଟ ଗାର୍ଡ। ସୋମବାର ମୟୂରଭଞ୍ଜ ଜିଲ୍ଲା ସ୍ଥିତ ସିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡର ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ଚାକଡି ବିଟ୍ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶିକାରୀ ଗୁଳିମାଡ଼ରେ ଜଣେ କାର୍ଯ୍ୟରତ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ହୋଇଛି।ମୃତ୍ୟକ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହରର ଭଞ୍ଜପୁର ଅଞ୍ଚଳର ବିମଳ କୁମାର ଜେନା। ସୂଚନା ମୁତାବକ ଶିମିଳିପାଳ ଅଭୟାରଣ୍ୟର ନୋଅଣା ସାଉଥ୍ ରେଞ୍ଜ ବାଉଁଶଖୋଳ ବିଟରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ଥିଲେ। ତେବେ ସୋମବାର ସନ୍ଧ୍ୟା ସମୟରେ ବିମଳ ପେଟ୍ରୋଲିଙ୍ଗରେ ଯାଇ ଥିବା ସମୟରେ କେହି ଶିକାରୀ ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲା। ଫଳରେ ସେହି ଠାରେ ହିଁ ସେ ଟଳି ପଡ଼ିଥିଲେ।ପେଟରେ ଗୁଳି ବାଜିଥିବା ଅନୁମାନ କରାଯାଉଛି। ତେବେ କେଉଁ ପରିସ୍ଥିତିରେ ତାଙ୍କୁ ଗୁଳି ମାଡ଼ ହୋଇଛି ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରି ନାହିଁ। ଏହି ଘଟଣାରେ କେତେ ଜଣ ଶିକାରୀ ଅଛନ୍ତି ତାହା ମଧ୍ୟ ଅସ୍ପଷ୍ଟ ରହିଛି।ସେପଟେ ଗୁଳି କାଣ୍ଡ ଘଟିଥିବା ସ୍ଥାନରେ ବାଙ୍ଗିରିପୋଷି ଥାନା ପୋଲିସ ଓ ବନବିଭାଗ ଅଧିକାରୀମାନେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି। ତଦନ୍ତ ପରେ କେଉଁ ପରିସ୍ଥିତିରେ ଗୁଳି ମାଡ଼ ହୋଇଥିଲା ଏବଂ କାରଣ କଣ ରହିଥିଲା ତାହା ସ୍ପଷ୍ଟ ହେବ ବୋଲି କୁହାଯାଇଛି। ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More