:ଶିମିଳିପଦର ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

10

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଶିମିଳିପଦର ଗ୍ରାମ ପଞ୍ଚାୟତ ପରିସରରେ ବୌଦ୍ଧ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଆନନ୍ଦ ବର୍ଦ୍ଧନ ଗୁରୁ ,ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶ୍ଵିନୀ କୁମାର ମେହେର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ଉପଜିଲ୍ଲାପାଳ ରବିନ୍ଦ୍ରନାଥ କହଁର , କଣ୍ଟାମାଳ ବିଡ଼ିଓ କଳା କୃଷ୍ଣ ପ୍ରଧାନ, ତହସିଲଦାର କର୍ଣ୍ଣ ମଲ୍ଲିକ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୁଜାହାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ଶିଶୁ ବିକାଶ ଅଧିକାରୀ ଜ୍ୟୋତ୍ସ୍ନା ରାଣୀ ପାଢ଼ୀ ଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଯୋଗଦାନ କରି ଲୋକମାନଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ । ଶିମିଳୀ ପଦର ଗ୍ରାମ ପଞ୍ଚାୟତ ସରପଞ୍ଚ ସାର୍ଦୂଳ ନାଗ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଦିଲ୍ଲୀପ ମଲ୍ଲିକ , ଗ୍ରାମ ରୋଜଗାର ସେବକ ମହେନ୍ଦ୍ର ପ୍ରଧାନ ଙ୍କ ସହ ପଞ୍ଚାୟତର ସମସ୍ତ କର୍ମଚାରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।ଏହି ଶିବିରରେ ସମୁଦାୟ ୧୭୧ଟି ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୧୬୧ ଟି ବ୍ୟକ୍ତିଗତ ଓ ୧୦ଟି ସାମୁହିକ ମାମଲା ପଞ୍ଜୀକୃତ ହୋଇଥିଲା । ୪ଜଣଙ୍କୁ ହ୍ବିଲ ଚେୟାର ଓ ୪ଜଣକୁ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଥିଲା ।ସେହିଭଳି ୫ ଜଣଙ୍କୁ ଭତ୍ତା ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More