ଶିବ ପ୍ରସାଦ ଭବନ ଉଦଘାଟନ ସମାରୋହ ଅନୁଷ୍ଠିତ

8

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : ପବିତ୍ର ଶୀତଳ ଷଷ୍ଠୀ ଅବସରରେ ବୋରିଗଁ। ଠାରେ ଶିବ କ୍ରୁପା ଭବନ ଓ ଡ଼ଙ୍ଗରିଗୁଡା ଠାରେ ଶିବ ପ୍ରସାଦ ଭବନର ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଡାବୁଗାଁ କେନ୍ଦ୍ର ସଂଚାଳିକା ବ୍ରହ୍ମାକୁମାରୀ ସ୍ବାତୀ ଭଉଣୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନବରଙ୍ଗପୁର ସବଯୋନ ମୁଖ୍ୟ ସଂଚାଳିକା ବ୍ରହ୍ମାକୁମାରୀ ନିଲମ ଦିଦିଜି ଏବଂ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ର ମୁଖ୍ୟାଳୟ ରୁ ଶ୍ରୀକାନ୍ତ ଭାଇଜି ଏଥିରେ ଯୋଗଦେଇ ଶିବ ଝଣ୍ଡା ଉତୋଳନ କରିବାସହ ଗୃହ ପ୍ରବେଶ କରିଥିଲେ।ଏହି ସମାରୋହରେ ଅବିଭକ୍ତ କଳାହାଣ୍ଡି କୋରାପୁଟ ତଥା ଛଅ ଟି ଜିଲ୍ଲା ଅଧିନରେ ଥିବା ସମସ୍ତ କେନ୍ଦ୍ର ରୁ ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ। କପିଳ ଭାଇ, କୃଷ୍ଣ ଭାଇ, ଅଶ୍ୱିନୀ ଭାଇ ସମେତ ଭବାନୀପାଟଣା ସେବାକେନ୍ଦ୍ର ରୁ ମାନସ ଭାଇ ସୁବାଷ ଭାଇ ,ପ୍ରେମଲlଲ ଭାଇ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ବ୍ରହ୍ମାକୁମାରୀ ନମିତା ଭଉଣୀ ମଞ୍ଚ ପରିଚାଳନା କରିଥିବାବେଳେ ମଞ୍ଚରେ ଉପସ୍ଥିତ ସମସ୍ତଙ୍କୁ ତିଲକ ଚନ୍ଦନ ,ପୁଷ୍ପ ଗୁଚ୍ଛ,ଏବଂ ଉପଢୌକନ ଦେଇ ବ୍ରହ୍ମାକୁମାରୀ ଭଉଣୀମାନେ ସ୍ୱାଗତ କରିଥିଲେ। ଏହିଅବସରରେ ସ୍ପlର୍କ ବିଭାଗ ରାଷ୍ଟ୍ରୀୟ ସଂଯୋଜକ ଶ୍ରୀକାନ୍ତ ଭାଇଜି ସମସ୍ତଙ୍କୁ ଯୋଗ ଦ୍ୱାରା ଶାନ୍ତିର ବାର୍ତା ଦେଇଥିଲେ ।ନିଲମ ଦିଦି ଈଶ୍ୱରୀୟ ବାଣୀରେ ସମସ୍ତଙ୍କୁ ଈଶ୍ୱରୀୟ ଶକ୍ତିର ସମୀପ କରିପାରିଥିଲେ। ଏଥିରେ ଆଖ ପାଖ ଅଂଚଳରୁହରେକ୍ରୁଷ୍ନ୍,ସୁଜିତ୍, ଅଲେଖ,ଜେ ସାନ୍ତା ରାଓ,ଶଙ୍କର, ଅକ୍ଷୟ, ନବିନ,ଅମୁଲ୍ୟ,ଶୁଭେନ୍ଦୁ,ବୁଦ୍ରୁ ଭାଇ ମାନେ ଓ ଅଞ୍ଜଳି,ସଙ୍ଗିତା,ମମତା, ,ରୋଜାଲିନ ଭଉଣି ପ୍ରମୁଖ ସହ ବହୁ ସଂଖ୍ୟାରେ ଭାଇ ଭଉଣୀ ମାନେ ଯୋଗଦେଇଥିଲେ।ବ୍ରହ୍ମାଭୋଜନ ର ପ୍ରସ୍ତୁତି କରି ସମସ୍ତଙ୍କୁ ଭୋଜନ ଦିଆଯାଇଥିଲା। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More