ବୌଦ୍ଧ(ସଂଘର୍ଷ ମିଡିଆ ) : ଆଜି ଦିବା ୧୧ ଟା ସମୟରେ ବ୍ୟାସମାଟିର ଅନ୍ୟ ତମ ସୁପ୍ରତିଷ୍ଠିତ ସାରସ୍ୱତ ଅନୁଷ୍ଠାନ ସାହିତ୍ୟିକ କବି ବନ୍ଧୁ ପରିବାର ଓଡିଶା , ଚତୁର୍ଥ ଅର୍ଘ୍ୟ “ଶିଖା”ର ଶିଶୁ ବିଶେଷାଙ୍କ ସ୍ଥାନୀୟ ମୋତିଗଞ୍ଜସ୍ଥ ମହାପ୍ରଭୁ ବାଣ୍ଠିଆ ଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଅତ୍ୟନ୍ତ ଭାବ ଉଚ୍ଛlସମୟ ପରିବେଶରେ ଲୋକାର୍ପିତ ହୋଇ ଯାଇଅଛି l ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଡ଼ .କ୍ଷୀତେଶ୍ବର ଦାଶ, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ସଚ୍ଚୀନ୍ଦ୍ର ଦାସ ଏବଂ ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ପ୍ରଣତି ମହାପାତ୍ର, କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ, ଉପଦେଷ୍ଟା ଶ୍ରୀଯୁକ୍ତ ବିପିନ ବିହାରୀ ବାରିକ,ସ୍ନିଗ୍ଧା ସାମନ୍ତରାୟ, ବଳାଙ୍ଗୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ରତ୍ନାକର ସିଂହଙ୍କ ସମେତ ସୁବ୍ରତା ମହାନ୍ତି, ଶାନ୍ତିଲତା ପଣ୍ଡା, ଶାଶ୍ବତୀ କର,ଜୟନ୍ତୀ ରଣା,ହାଡିବନ୍ଧୁ ପାତ୍ର, ରାଜେଶ୍ବରୀ ପଣ୍ଡା ,ଚିତ୍ରାରାଣୀ ପାତ୍ରଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ସାରସ୍ୱତ ପ୍ରେମୀ ମଧ୍ୟ ଯୋଗ ଦେଇଥିଲେ l ଅନୁଷ୍ଠାନ ତରଫରୁ ଅଧ୍ୟକ୍ଷ ଡ଼ ରତ୍ନାକର ସିଂହ ଓ ସୁଶିକ୍ଷୟିତ୍ରୀ ରାଜେଶ୍ବରୀ ପଣ୍ଡା, ଦୁଇଜଣଙ୍କୁ ସେମାନଙ୍କ ସାରସ୍ୱତ ସୃଷ୍ଟି ସମ୍ଭାର ପାଇଁ ସମ୍ବର୍ଦ୍ଧିତ କରାଯାଇ ଥିଲା l ନିକଟ ଅତୀତରେ ଗତ ରଥଯାତ୍ରାର ସୁନାବେଶ ଠାରୁ ଆଜିଯାଏ ମାତ୍ର ମାସ କେଇଟାରେ ଅନୁଷ୍ଠାନ ତାର ମୁଖପତ୍ର ଶିଖାର ଚାରୋଟି ସଂଖ୍ୟା ପ୍ରକାଶ କରି ସାହିତ୍ୟ ଜଗତରେ ଏକ ବିରଳ ତଥା ଅନୁକରଣୀୟ ଉଦାହରଣ ସୃଷ୍ଟି କରିଛି ବୋଲି ଉପସ୍ଥିତ ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କ ସହିତ ନିମନ୍ତ୍ରିତ ଅତିଥି ମାନେ ମତ ପ୍ରକାଶ କରି ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ପ୍ରଣତି ମହାପାତ୍ରଙ୍କ ସମେତ ସମସ୍ତ କର୍ମ କର୍ତ୍ତାଙ୍କୁ ପ୍ରଶଂସା କରିଥିଲେ l ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l