ନବରଙ୍ଗପୁର (ସଂଘର୍ଷ ମିଡିଆ) : – ପାପଡାହାଣ୍ଡି ବ୍ଲକ ଘାଟଗୁଡା ପଞ୍ଚାୟତ ଅନ୍ତର୍ଗତ ସୁନାଡଙ୍ଗରି ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ସତ୍ୟଭାମା ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଗ୍ରାମବାସୀ ଙ୍କ ଦ୍ୱାରା କରାଯାଇଥିଲା |ଶିକ୍ଷୟତ୍ରୀ ସତ୍ୟଭାମା ତାଙ୍କ ଶିକ୍ଷକତା ଜୀବନ ୫/୨/୧୯୯୭ ମସିହା ରୁ ପାପଡାହାଣ୍ଡି ବ୍ଲକ ମକିୟା ପଞ୍ଚାୟତ ଅନ୍ତର୍ଗତ ଡାଙ୍ଗରୀଗୁଡାରୁ ଆରମ୍ଭ କରିଥିଲେ | ଆଜି ତାଙ୍କ ଅବସରକାଳୀନ ଅବସରରେ ସୁନାଡଙ୍ଗରି ଗ୍ରାମର ମହିଳା ଏବଂ ପୁରୁଷ ମାନେ ଏକତ୍ରିତ ହୋଇ ଏକ ସଭା ର ଆୟୋଜନ କରିଥିଲେ | ଏଥିରେ ଗ୍ରାମର ଖଗ ନାଗ , ରୁପେଶ ମିର୍ଗାନ , ଦାମ ଭତରା , ବିଦ୍ୟାଳୟ ସଭାପତି ଫଗୁଣୁ ଭତରା , ଜଗରନାଥ, ତୁଳସା ଭତରା , ଭାନୁମତି ଭତରା , ଜେମା ପୂଜାରୀ , ଅଭିମନ୍ୟୁ ପୂଜାରୀ , କମଳା ଭତରା ପ୍ରମୁଖ ଉପସ୍ଥିତ ଥିଲେ |ଶ୍ରୀମତୀ ସାହୁ ଜଣେ ଛାତ୍ର ବତ୍ସଳ , ମେଳାପୀ ଏବଂ ପରୋପକାରୀ ଶିକ୍ଷୟତ୍ରୀ ଭାବେ ଏ ଅଞ୍ଚଳ ରେ ବେଶ ଜଣାଶୁଣା ସହ ଲୋକ ପ୍ରିୟତା ଅର୍ଜନକରିପାରିଛନ୍ତି | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l