ଶିକ୍ଷା ସଚେତନତା ରଥରେ ଦୁର୍ନୀତିଗ୍ରସ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଫଟୋ ସ୍ଥାପନକୁ ନେଇ ଜନ ଅସନ୍ତୋଷ

10

Get real time updates directly on you device, subscribe now.

ଢେଙ୍କାନାଳ(ସଂଘର୍ଷ ମିଡିଆ) : – ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରେ ଆଜି ଶିକ୍ଷା ସଚେତନତା ରଥ କନ୍ତକୁଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇଥିବା ସମୟରେ ବହୁ ଆଡମ୍ବର ସହକାରେ ଫୁଲ ଚନ୍ଦନ ଦେଇ ପୂଜା ପାଠ କରାଯାଇଥିଲା । ଏଥିରେ ବିଦ୍ୟାଳୟର ସମସ୍ତେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଛାତ୍ର ଛାତ୍ରୀ, ଅଭିଭାବକ ସାମିଲ ଥିଲେ । ପୂଜାର୍ଚନା ଚାଲିଥିବା ସମୟରେ ହଠାତ ଅଭିଭାବକ ମାନଙ୍କର ସଚେତନ ତା ରଥରେ ହିନ୍ଦୋଳ ବ୍ଲକ ଶିକ୍ଷଧିକାରୀଙ୍କ ଫଟୋ ଲାଗିଥିବା ଦେଖିବାକୁ ପାଇଥିଲେ । ଏଥିରେ ସେମାନେ ଉତକ୍ଷିପ୍ତ ହୋଇ ସିଆରସିସି ମିଲୁ ଭୋଇଙ୍କୁ ଏ ଶିକ୍ଷଧିକାରୀଙ୍କ ଫଟୋ କାହିଁକି ଲାଗିଛି ବୋଲି ପ୍ରଶ୍ନ କରିଥିଲେ । ଯେତେବେଳେ କି ବ୍ଲକ ଶିକ୍ଷଧିକାରୀ ଶାନ୍ତନୁ ମଲିକ ଗତ ଦୁଇ ଦିନ ତଳେ ହିନ୍ଦୋଳ ବ୍ଲକର ଶିକ୍ଷକଙ୍କ ଠାରୁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ କଟକ ଭିଜିଲାନ୍ସ ଦ୍ୱାରା ଧରା ପଡି ଜେଲ ଯାଇଥିଲେ । ସେ ଜଣେ ଦୁର୍ନୀତିଗ୍ରସ୍ତ ଅଫିସର ହୋଇ ଥିବାରୁ ତାଙ୍କ ଫଟୋକୁ ତୁରନ୍ତ ହଟାଇବାକୁ ଅଡ଼ି ବସିଥିଲେ । ଫଳରେ ନିରୁପାୟ ହୋଇ ସିଆରସିସି ମିଲୁ ଭୋଇ ତାଙ୍କ ଫଟୋ ଚିତ୍ରରେ ଧଳା କାଗଜରେ ଅଠା ଲଗାଇ ଦେଇଥିଲେ । ଏ ନେଇ ଦାୟିତ୍ୱରେ ଥିବା ଅଧିକାରୀ ସଞ୍ଜୟ ନାୟକଙ୍କୁ ପଚାରିବାରେ କହିଲେ ଏହି ଫ୍ଲେକ୍ସଟି ପୁରୁଣା ହୋଇ ଥିବାରୁ ଏ ଫଟୋକୁ ହଟାଇ ପାରି ନ ଥିଲୁ ଓ ଏ ଦିଗ ପ୍ରତି ଅମର ଦୃଷ୍ଟି ନ ଥିଲା । ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପଚାରିବାରେ କହିଲେ ଏଭଳି ଘଟଣା ପାଇଁ ମୁଁ ଦୁଃଖିତ । ଆସନ୍ତାକାଲି ଠାରୁ ଏ ଫ୍ଲେକ୍ସକୁ ପରିବର୍ତନ କରି ଦିଆଯିବ । ତେବେ ଶିକ୍ଷା ବିଭାଗରେ ଏଭଳି ଦାୟିତ୍ୱ ହୀନତା ଯୋଗୁଁ ଆଜି ସମାଲୋଚନାର ଶିକାର ହେବାକୁ ପଡିଛି । ସାଧାରଣରେ ଏହାକୁ ନିନ୍ଦା କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More