ଶିକ୍ଷାବିତ କୃଷ୍ଣ ଚନ୍ଦ୍ର ଆଚାର୍ଯ୍ୟଙ୍କ ଦ୍ଵିତୀୟ ବାର୍ଷିକୀ ଶ୍ରାଦ୍ଧ ଉତ୍ସବ ପାଳିତ

17

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର କୃଷ୍ଣ ଦାସ ପୁର ପଂଚାୟତ ଚଶାପଡା,ବରୀପଡା ଠାରେ କୃଷ୍ଣ ଚନ୍ଦ୍ର ଆଚାର୍ଯ୍ୟ ସାହିତ୍ୟ ସ୍ମୃତି ସଂସଦର ଦ୍ଵିତୀୟ ବାର୍ଷିକ ଉତ୍ସବ ତଥା ସ୍ବର୍ଗତ ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ଓ କବି ସମ୍ମିଳନୀ ଏବଂ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱପ୍ନିଳ କବି ତଥା ସାହିତ୍ୟ ରତ୍ନ ସୁରେନ୍ଦ୍ର ନାଥ ତ୍ରିପାଠୀ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ସ୍ମୃତି ସଭାରେ ମୁଖ୍ୟ ବକ୍ତା ଭାବେ ପ୍ରାଚୀ ମହାବିଦ୍ୟାଳୟର ଅଧକ୍ଷ ଡକ୍ଟର ଦିଲୀପ କୁମାର ସେନାପତି, ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ କୃଷି ଅଧିକାରୀ ରମେଶ ଚନ୍ଦ୍ର ଦାଶ, ବରେଣ୍ୟ ଅତିଥିଭାବେ ଜଗତସିଂହପୁର ସାହିତ୍ୟ ପରିଷଦ ର ସମ୍ପାଦକ ଉମାକାନ୍ତ ନାୟକ, ଜିଲା କୃଷି ସମ୍ପ୍ରସାରଣ ଅଧିକାରୀ ସ୍ମୃତିକାନ୍ତ ଜେନା, ଶିକ୍ଷାବିତ ନିରଞ୍ଜନ ପଣ୍ଡା,ମହେଶ କୁମାର ଚୌଧୁରୀ, ଧର୍ମାନନ୍ଦ ପତି ପ୍ରମୂଖ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ଅବସରରେ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ କୃଷକ ସମ୍ମାନରେ ଯୋଗେନ୍ଦ୍ର ନାଥ ସାହୂ, ବୈଷ୍ଣବ ଚରଣ ସାହୁ, ପ୍ରଫୁଲ୍ଲ ସ୍ୱାଇଁ ଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ, ମାନପତ୍ର ଓ ଦୁଇ ହଜାର ଅର୍ଥ ରାଶି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।ପ୍ରାୟ ପଚାଶ ରୁ ଉର୍ଦ୍ଧ୍ବ କବି, କବୟତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ।ଆରତୀ ତ୍ରିପାଠୀ ଓ ଅମିତା ଦାସ ସଂଯୋଜନା କରିଥିଲେ।ସାମ୍ବାଦିକ ଦୁର୍ଯ୍ୟୋଧନ ମହାରଣା, ଜ୍ୟୋତିରଞ୍ଜନ ପରିଡା, ଅକ୍ଷୟ ଦାସଙ୍କୁ ପୁଷ୍ପଗୁଛ ,ଉପଢକନ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା।ଅଶୋକ ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିବା ବେଳେ କନିଷ୍ଠ ପୁତ୍ର ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More