ଶିକ୍ଷାଗତ ଯୋଗ୍ୟତା ଆଧାରରେ କନିଷ୍ଠ ସହାୟକଙ୍କୁ ଗ୍ରେଡପେ ୪୨ ଶହ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ନିକଟରେ ଓଡ଼ିଶା ଅମଲା ସଙ୍ଘର ଦାବି

11

Get real time updates directly on you device, subscribe now.

ଭଦ୍ରକ (ସଂଘର୍ଷ ମିଡିଆ) :- ରାଜ୍ୟ ଓଡ଼ିଶା ଅମଲା ସଂଘର ଆହ୍ବାନ କ୍ରମେ ଭଦ୍ରକ ଜିଲ୍ଲା ଶାଖାର ଏକ ଜରୁରୀ କାଳୀନ ବୈଠକ କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇ ଯାଇଛି। ଓଡ଼ିଶା ଅମଲା ସଂଘ ଭଦ୍ରକ ଜିଲ୍ଲା ଶାଖାର ସଭାପତି ବସନ୍ତ କୁମାର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗ ଯଥା ରାଜସ୍ବ,ବିଦ୍ୟାଳୟ ଓ ଗଣଶିକ୍ଷା,ଉଚ୍ଚଶିକ୍ଷା, କୃଷୀନିବଦ୍ଧକ, ସାମାଜିକ ସୁରକ୍ଷା,କୋଷାଗର,ସ୍ବାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ଇତ୍ୟାଦି ୪୨ ବିଭାଗରେ କାର୍ଯ୍ୟରତ ଅମଲା ମାନେ ଯୋଗ ଦେଇଥିଲେ। ବୈଠକରେ ଓଡିଶା ଅମଲା ସଂଘର ମୁଖ୍ୟ ଦାବି ବିଷୟରେ ବିଶଦ ଭାବେ ଆଲୋଚନା କରାଯାଇଛି। ସରକାର ରାଜ୍ୟ ବାସୀଙ୍କୁ ଫାଇଭ-ଟି ଆଧାରରେ ଉନ୍ନତ ମାନର ସେବା ଯୋଗାଇ ଦେବା ପାଇଁ ଅମଲା ମାନଙ୍କର ଶିକ୍ଷାଗତ ଯୋଗ୍ୟତା ଇତି ମଧ୍ୟରେ ସ୍ନାତକ କରିଥିଲେ ହେଁ ସେହି ଅନୁସାରେ ଗ୍ରେଡ ପେ ଏବଂ ଦରମା ବୃଦ୍ଧି ହୋଇ ନାହିଁ। ଫଳରେ ଅମଲା ମାନେ ଉଚ୍ଚଶିକ୍ଷିତ ହୋଇ ଥିଲେ ମଧ୍ୟ ଚାକିରି କ୍ଷେତ୍ରରେ ବୈଷ୍ୟମ୍ୟତାର ଶିକାର ହୋଇଛନ୍ତି। ଯାହା ଅମଲା ମାନଙ୍କ ମନରେ କ୍ଷୋଭ ସୃଷ୍ଟି କରିଛି। ତେଣୁ ଓଡ଼ିଶାର ସମସ୍ତ ଅମଲା ଶିକ୍ଷାଗତ ଯୋଗ୍ୟତା ଆଧାରରେ କନିଷ୍ଠ ସହାୟକଙ୍କ ଗ୍ରେଡ ପେ ୪୨ ଶହ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ନିମନ୍ତେ ସ୍ଥିର କରାଯାଇଛି। ଏହାକୁ ନେଇ ଭଣ୍ଡାରି ପୋଖରୀ ବ୍ଲକ୍ ଅଧୀନ ସରକାରୀ କର୍ମଚାରୀ ମାନେ ନିଜର ମତାମତ ଗଣମାଧ୍ୟମ ଜରିଆରେ ସରକାରଙ୍କ ନିକଟରେ ଉପସ୍ଥାପନ କରିଛନ୍ତି। ଭଣ୍ଡାରି ପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More