ଶିକ୍ଷକ ମାନଙ୍କୁ ଏସବିଆଇ ପକ୍ଷରୁ ଡିଜିଗଭ ତାଲିମ ପ୍ରଦାନ

12

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) :- ବୌଦ୍ଧ ଜିଲ୍ଲା କଣ୍ଟାମାଳ ଉଚ୍ଚ ବିଦ୍ୟାଳୟ ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ କଣ୍ଟାମାଳ ଶାଖା ପକ୍ଷରୁ ଶିକ୍ଷକ ମାନଙ୍କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ତାଲିମ ଶିବିର ରେ ଡିଜିଟାଲ ମାଧ୍ୟମରେ ଆକାଉଣ୍ଟ ପରିଚାଳନା, ଅନଲାଇନ ମାଧ୍ୟମରେ ପେମେଣ୍ଟ, ଡିଜିଗଭର ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତା ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା l ଉକ୍ତ ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଘନଶ୍ୟାମ ମେହେର, ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ ଦୁର୍ଗାଚରଣ ପ୍ରଧାନ, ଉଦ୍ଧବ ମହାଲିକ ଓ ଚୈତନ୍ୟ ଧରୁଆ ଙ୍କ ସମେତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ ଯୋଗଦେଇଥିଲେ l ଉକ୍ତ ତାଲିମ ଶିବିରରେ 235 ଜଣ ଶିକ୍ଷକ / ଶିକ୍ଷୟିତ୍ରୀଙ୍କୁ ଦୁଇଟି ପର୍ଯ୍ୟାୟରେ ତାଲିମ ପ୍ରଦାନ କରାଯାଇଥିଲା l ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More