ଶିକ୍ଷକ ତାଲିମ ଶିବିର “ପ୍ରାରମ୍ଭ” ଅନୁଷ୍ଠିତ

8

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ୨ ଟି କକ୍ଷରେ ଶିକ୍ଷକ ତାଲିମ ଶିବିର “ପ୍ରାରମ୍ଭ” ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି | ଏହି ତାଲିମ ଶିବିରରେ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀ ଛାତ୍ର ମାନଙ୍କୁ ଭାଷା ଓ ଗଣିତ ବିଷୟ ଶିକ୍ଷାଦାନର କୌଶଳ ଉପରେ ତାଲିମ ଦିଆଯାଉଛି | ଏଥିରେ ପ୍ରଶିକ୍ଷକ ଭାବେ ସୌଭାଗ୍ୟ ବିଶ୍ଵାଳ, ଦିଲ୍ଲୀପ ରାଉତ, କାଳୁ ଚରଣ ମହାରଣା, ହେମେନ୍ଦ୍ରନାଥ ବେହେରା, କମଳାକାନ୍ତ ସାହୁ, ଧନଞ୍ଜୟ ବଡଜେନା, ପବିତ୍ର ଜେନା, ସନ୍ତୋଷ ବେହେରା ପ୍ରମୁଖ ତାଲିମ ଦେଇଥିଲେ | ଏହି ତାଲିମ ଶୁକ୍ରବାର ଆରମ୍ଭ ହୋଇଛି | ଏଥିରେ ବ୍ଲକ ଅଧୀନ ବିଭିନ୍ନ ବିଦ୍ୟାଳୟରୁ ମୋଟ ୧୦୦ ଜଣ ଶିକ୍ଷୟତ୍ରୀ ଶିକ୍ଷକ ତାଲିମ ନେଉଛନ୍ତି |ସୋମବାର ଏହି ତାଲିମ ଶେଷ ହେବ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More