ନବରଙ୍ଗପୁର(ସଂଘର୍ଷ ମିଡିଆ) :—- ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରକୁ ନିସ୍ତୁକ ମାଡ, ପ୍ଲାଷ୍ଟିକ ପାଇପ ରେ ପିଟି ପିଟି ଛାତ୍ରର ହାତ ଭାଙ୍ଗିଦେଲେ ଶିକ୍ଷକ l ଧୋଡ଼ିପାଣି କଲ୍ୟାଣ ବିଭାଗ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଉମେଶ ସୁନାନୀ l ଛାତ୍ରଙ୍କୁ ବୁଝେଇବା ବଦଳରେ ଏଭଳି ଶାସ୍ତି ଦେଲେ ଯେ ଜଣେ ସପ୍ତମ ଶ୍ରେଣୀ ଛାତ୍ର ର ହାତଭାଙ୍ଗିବା ଭଳି ଘଟଣା ଶେଷରେ ଥାନାରେ ଯାଇ ପହଁଚିଲା l ଘଟଣାକୁ ନେଇ ଏବେ ଅଭିଭାବକ ମହଲ ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି l ଏହାକୁ ବିଭାଗୀୟ ଉଚ୍ଚସ୍ଥରୀୟ ତଦନ୍ତ ସହ ଶିକ୍ଷକ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦ୍ରୁଢ ଦାବୀ କରାଯାଇଛି l ପ୍ରକାଶ ଥାଉକି ଗତ 11 ତାରିଖ ରାତି 9 ଟା ସମୟ ରେ ଧୋଡ଼ିପାଣି କଲ୍ୟାଣ ବିଭାଗ ହଷ୍ଟେଲ ରେ ଆଦିତ୍ୟ ବାଘ ନାମକ ଜଣେ ସପ୍ତମ ଶ୍ରେଣୀର ଛାତ୍ର ଆଉ ଜଣେ ସହପାଠୀ ସହ ଝଗଡା ହୋଇଥିଲା l ସହକାରୀ ଶିକ୍ଷକ ଉମେଶ ସୁନାନୀ ଦୁଇ ଛାତ୍ରକୁ ବୁଝା ସୁଝା କରିବା ବଦଳ ରେ ପ୍ଲାଷ୍ଟିକ ପାଇପରେ ମାଡ଼ ଦେବାରୁ ଛାତ୍ରର ବାମ ହାତରେ ଆହତ ହେବାରୁ ଆହତ ଛାତ୍ରର ବାପା ତ୍ରିଲୋଚନ ବାଘ ଶିକ୍ଷକ ଉମେଶ ସୁନାନୀଙ୍କ ନାମରେ ଚନ୍ଦାହାଣ୍ଡି ଥାନାରେ ଗତ 14 ତାରିଖ ଦିନ ଲିଖିତ ଅଭିଯୋଗ ଦେଇଥିଲେl ଥାନା ଅଧିକାରୀ ପ୍ରେମାନନ୍ଦ ସୁନାନୀ ଉଭୟ ପାର୍ଟି କୁ ଥାନାକୁ ଡ଼କାଇଥିଲେ lଥାନାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଘୁମଣୀ ଜାନି ଏବଂ କିଛି ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ଆପୋଷ ବୁଝାମଣା କରିଦେଇଥିଲେ l ଆହତ ଛାତ୍ରକୁ ପ୍ରବଳ ଯନ୍ତ୍ରଣା ହେବାରୁ ଚିକିତ୍ସା ପାଇଁ ଉମରକୋଟ ଅସ୍ଥି ଶଲ୍ୟ ବିଶେଷଜ୍ଞ ଡାକ୍ତର ଏସ ସାଇ କୁମାରଙ୍କ ପାଖକୁ ନେବାରୁ ଛାତ୍ରର ବାମ ହାତ ଭାଙ୍ଗି ଥିବା ଜଣାପଡ଼ିଥିଲା l ବର୍ତମାନଛାତ୍ର ଜଣଙ୍କର ହାତ ବ୍ୟାଣ୍ଡେଜ କରାଯାଇଛି l ଶିକ୍ଷକଙ୍କ ଏଭଳି ବ୍ୟବହାରକୁ ନେଇ ବିଭିନ୍ନ ମହଲରୁ ଏହାକୁ ନିନ୍ଦା କରାଯାଇଛି।ଏତଦ୍ ବ୍ୟତୀତ ଏଭଳି ଶିକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଭିଭାବକ, ବୁଧିଜିବି ମହଲରେ ଦୃଢ ଦାବୀ ହୋଇଛି l ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।