ଶିକ୍ଷକଙ୍କ ବଦଳି ନେଇ ଗ୍ରାମବାସୀଙ୍କ ଅସନ୍ତୋଷ

12

Get real time updates directly on you device, subscribe now.

ଡାବୁଗାଁ(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ବୋରିଗାଁ ପଞ୍ଚାୟତ ଅଧୀନ ପର୍ଶୁବେଢା ଗ୍ରାମରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ତପନ କୁମାର ପରିଡାଙ୍କୁ ତପୁଗୁଡା ପ୍ରାଥମିକ ବିଦ୍ୟାଳୟକୁ ବଦଳି ହୋଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି | ଯାହାଫଳରେ ଶୁକ୍ରବାର ସକାଳେ ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି | ଶିକ୍ଷକଙ୍କ ଡେପୁଟେସନ ବାତିଲ କରିବା ଅଡି ବସିଛନ୍ତି | ସୂଚନାଯୋଗ୍ୟ:- ଉକ୍ତ ବିଦ୍ୟାଳୟରେ ୧ ମ ଶ୍ରେଣୀରୁ ୮ ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୭୭ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି | ୮ ଜଣ ଶିକ୍ଷକ ଙ୍କ ବଦଳରେ ୫ ଜଣ ଶିକ୍ଷକ କାର୍ଯ୍ୟରତ ଅଛନ୍ତି | ସେଥିରୁ ଜଣେ ପ୍ରଧାନଶିକ୍ଷକ ଯେକି ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ବେଳେ ଆଉ ଜଣେ ଶିକ୍ଷକ ବିଏଲଓ କାର୍ଯ୍ୟରେ ନିୟୋଜିତ ରହିଛନ୍ତି | ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି | ଏଥିରୁ ଜଣେ ଶିକ୍ଷକ ଡେପୁଟେସନ ରେ ଗଲେ ୧୭୭ ପିଲାଙ୍କ ପାଠପଢା ଉପରେ ପ୍ରଭାବ ପଡିବା ନେଇ ଗ୍ରାମବାସୀ ଆଶଙ୍କା ପ୍ରକଟ କରି ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି | ଡେପୁଟେସନ ହୋଇଥିବା ଶିକ୍ଷକ ଙ୍କ ଆଦେଶନାମାକୁ ପରିବର୍ତ୍ତନ ନକରିବା ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରହିବ ବୋଲି ବିଦ୍ୟାଳୟ କମିଟି ସଭାପତି ଉଦରନ ଭତ୍ରା, ୱାର୍ଡ ସଭ୍ୟ ମାନସିଂ ଭତ୍ରା ଏବଂ ପୂର୍ବତନ ସରପଞ୍ଚ ରଇନୁ ଭତ୍ରା ପ୍ରମୁଖ କହିଛନ୍ତି | ଏନେଇ ଗ୍ରାମବାସୀ ସ୍ଥାନୀୟ ବିଧାୟକ, ଶିକ୍ଷା ବିଭାଗ ଅଧିକାରୀ ଙ୍କୁ ଘଟଣା ସମ୍ପର୍କରେ ଟେଲିଫୋନ ମାଧ୍ୟମରେ ଜଣାଇଥିଲେ ମଧ୍ୟ କୌଣସି ଅଧିକାରୀ ଅପରାହ୍ନ ୪ ଘ. ସୁଦ୍ଧା ବିଦ୍ୟାଳୟରେ ପହଞ୍ଚି ନଥିଲେ | ଡାବୁଗାଁ ବ୍ଲକ ପ୍ରତିନିଧି ଜି ବିନୋଦ୍ କୁମାରଙ୍କ ରିପୋର୍ଟ୍ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More