ଶିକ୍ଷକଙ୍କ ଆତ୍ମହତ୍ୟା ଅଭିଯୋଗ

45

Get real time updates directly on you device, subscribe now.

ଦେବଗଡ ( ସଂଘର୍ଷ ମିଡିଆ ) : ବାରକୋଟ ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମର ଜଣେ ସ୍କୁଲ ଶିକ୍ଷକ ରୋଗ ଯନ୍ତ୍ରଣା ସହିନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବାରକୋଟ ଥାନା ପୁଲିସ ସୂତ୍ରରୁ ମିଲିଥିବା ସୂଚନା ଅନୁଯାୟୀ, ରଘୁନାଥପୁର ଗାଁ ସ୍କୁଲରେ ଶିକ୍ଷକତା କରୁଥିବା ଉକ୍ତ ଗ୍ରାମର ତନୁଚନ୍ଦ୍ର ସେଠୀଙ୍କ ପୁଅ ଲୁଲୁ ସେଠୀ(୨୬) ଦୀର୍ଘଦିନ ହେଲା ମଧୁମେହ ସମେତ ବିଭିନ୍ନ ଦୂରାରୋଗ୍ୟ ବ୍ୟାଧିରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ରୋଗ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ନିୟମିତ ଭାବେ ଔଷଧ ସେବନ କରୁଥିଲେ ମଧ୍ୟ ତାଙ୍କୁ ଯନ୍ତ୍ରଣାରୁ ଉପଶମ ମିଳୁନଥିଲା। ଗତକାଲି ରାତ୍ରିରେ ପରିବାରର ଅନ୍ୟ ସଦସ୍ୟ ସଦସ୍ୟାଙ୍କ ସହ ଖିଆପିଆ ସାରି ଲୁଲୁ ନିଜ କୋଠରୀକୁ ଶୋଇବାକୁ ଯାଇଥିଲେ ହେଁ ଆଜି ସକାଳ ପର୍ଯ୍ୟନ୍ତ ସେ ନ ଉଠିବାରୁ ଏବଂ ଭିତର ପଟୁ କବାଟ ବନ୍ଦ ଥିବାରୁ ପରିବାର ଲୋକେ ତାଙ୍କୁ ଡାକ ପକାଇଥିଲେ। ମାତ୍ର ଲୁଲୁ କୌଣସି ଉତ୍ତର ନଦେବାରୁ କୌଣସି ଅଘଟଣ ଆଶଙ୍କାରେ ପରିବାର ଲୋକେ କବାଟ ଭାଙ୍ଗି ଭିତରକୁ ପଶିବାରୁ କୋଠରୀର ଛାତ କଡିରେ ତାଙ୍କର ମୃତଦେହ ଚାଦରରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ପରିବାର ଲୋକେ ବାରକୋଟ ଥାନା ପୁଲିସକୁ ସୂଚନା ଦେବାରୁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବାସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More