ଶାଶୂ ବୋହୁ ମଧ୍ୟରେ ଝଗଡା,ଶାଶୁର ଆତ୍ମହତ୍ୟା ଉଦ୍ୟମ

20

Get real time updates directly on you device, subscribe now.

ଜଗତସିଂହପୁର:ଜଗତସିଂହପୁର ଥାନା ଅଧିନ ଆଲିପିଙ୍ଗଲ ପଞ୍ଚାୟତ ର ଅଢ଼ଙ୍ଗା ଗ୍ରାମରେ ଶାଶୂ ଓ ବୋହୁ ମଧ୍ୟରେ କଳହ ହୋଇ ଶାଶୂ ଆତ୍ମହତ୍ୟା ଉଦ୍ୟମ କରିବା ନେଇ ସୁଚନା ମିଳିଛି।ସୂଚନାରୁ ପ୍ରକାଶ ଯେ ଅଢଙ୍ଗା ଗ୍ରାମର ଗଙ୍ଗାଧର ବେହେରାଙ୍କ ପତ୍ନୀ ରେବତୀ ବେହେରା ଓ ତାଙ୍କ ବୋହୁ ସହ ଆଜି ପାରିବାରିକ କଳହ ଲାଗିଥିଲା।ଉକ୍ତ କଳହ ସମୟରେ ଗଙ୍ଗାଧର ଚାଷ କାର୍ଯ୍ୟ ପାଇଁ ବିଲକୁ ଯାଇଥିଲେ।କଳହ ଏତେ ଉଗ୍ର ରୂପ ଧାରଣ କରିଥିଲା ଯେ ରେବତୀ ଆତ୍ମହତ୍ୟା କରିବା ପାଇଁ ଘରୁ ବାହାରକୁ ପଳେଇ ଯାଇଥିଲେ।ରେବତୀ ଜଗତସିଂହପୁର ହାଟବଜାର ନିକଟ ମାଛଗାଁ କେନାଲ ରେ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ।ରେବତୀ ପୋଲ ଉପରୁ ଡେଇଁ ବା କ୍ଷଣି ତାଙ୍କୁ ଚାଟରା ଗ୍ରାମର ଲିପକ ଦାସ ପାଣିରେ ପଶି ତାଙ୍କୁ ଉଦ୍ଧାର କରିଥିଲେ।ରେବତୀ ଅଳ୍ପକେ ମୃତ୍ୟୁ ମୁଖରୁ ଉଦ୍ଧାର ପାଇଥିଲେ।ତେବେ ଉଦ୍ଧାରକାରୀ ଲିପକକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରିଛନ୍ତି।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More