ଶାଶୁଘର କବାଟ ଭାଙ୍ଗି ଧସେଇ ପଶିଲେ ବୋହୁ

8

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : ଲଭ ସେକ୍ସ ଧୋକା ଶେଶରେ ପ୍ରତାରଣା ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ସରସଦା ଗାଁରେ ରାଜକିଶୋର ସାମଲଙ୍କ ଝିଅ ବାହାଘର ଚାଲୁ ଥିବା ବେଳେ ବାହାର ବାରଣ୍ଡାରେ ଜଗି ରହିଥିଲେ ଭାଉଜ ଜୋସ୍ନାରାଣି ଜେନା । ଘଟଣା ଏପରି ଥିଲା ସରଦା ଗାଁର ରାଜକିଶୋର ସାମଲଙ୍କ ପୁଅ ପିନାସାମଲ ଭଲ ପାଇ ସେହି ଗାଁର ହରିଜନ ସମ୍ପ୍ରଦାୟର ଝିଅ ଜୋସ୍ନାରାଣି ଯେନାଙ୍କୁ ଭଲ ପାଇ ୨୦୧୫ ମସିହାରେ ବିବାହ କରିଥିଲେ ଏବଂ ତାଙ୍କର ଗୋଟିଏ ୪ ବର୍ଷର ପୁଅ ମଧ୍ୟ ଅଛି ସ୍ୱାମୀ ପିନାସାମଲ ଗତବର୍ଷ ଅନ୍ୟଏକ ଝିଅକୁ ଭଲ ବିବାହ କରିବାରୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଉପୁଜିବାରୁ ଜୋସ୍ନା ରାଣୀ ବାପାଙ୍କ ପାଖରେ ରହୁଅଛି । ସ୍ୱାମୀ ପିନାସାମଲଙ୍କ ଭଉଣୀ ବାହାଘର ଥିବାରୁ ସ୍ୱାମୀ ଘରକୁ ଆସିଛି ଜାଣି । ଜୋସ୍ନା ରାଣୀ ଘର ବାରଣ୍ଡାରେ ସ୍ଵାମୀକୁ ଜଗି ରହିଥିଲା ପରେ ଶାଶୁଘର ଲୋକେ ବହୁକୁ ଘର ଭିତରକୁ ପୁରେଇ ଦେଉ ନଥିବା ବେଳେ ଶେଷରେ ବହୁ ଶାଶୁଘର କବାଟ ଭାଙ୍ଗି ଘର ଭିତରକୁ ଧସେଇ ପସି ଥିଲେ ।ଏନେଇ ଜୋସ୍ନା ରାଣୀ ବହୁବାର ଭଣ୍ଡାରିପୋଖରୀ ଥାନା ଓ ଭଦ୍ରକ ଏସପିଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ନ୍ୟାୟ ପାଇ ନଥିଲେ । ଏପରିକି ସ୍ୱାମୀ ପିନାସାମଲ ପରିବାର ପକ୍ଷରୁ ଜୋସ୍ନା ରାଣିଙ୍କୁ ମାଡ ମାରିବା ସହ ଗାଳିଗୁଲଜ କରିଥିବା ଅଭିଯୋଗ ହୋଉଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More