ନବରଙ୍ଗପୁର (ସଂଘର୍ଷ ମିଡିଆ ) : – ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୁର୍ସୀ ପଞ୍ଚାୟତ ର ଜୁନାପାଣି ଗ୍ରାମରେ ଏକ ଶାଳ ଗଛରେ ଭାଲୁ ଚଢି ଯାଇଛି ଏବଂ ଗଛ ଉପରେ ରହିଛି । ଗଛ ଟି ବହୁତ ଉଚ୍ଚ ଥିବାରୁ ତଳକୁ ଆସି ପାରୁନାହିଁ । ସ୍ଥାନୀୟ ବାସିନ୍ଦା ଙ୍କ କହିବା ଅନୁଯାୟୀ ଭାଲୁ ଖାଦ୍ୟ ଅନ୍ୱେଷଣ ରେ ଗାଁ ଆଡ଼କୁ ଆସିଥିଲା । ସକାଳ ହୋଇଯିବାରୁ ଲୋକ ମାନେ ମହୁଲ ସଂଗ୍ରହ୍ କରିବାକୁ ବାହାରିବାରୁ ଲୋକ ଙ୍କୁ ଦେଖି ଭୟଭୀତ ହୋଇ ଗଛ ଉପରେ ଚଢି ଯାଇଛି। ଉମରକୋଟ ବନ ବିଭାଗ କୁ ଖବର ଦେଇଛନ୍ତି ଗ୍ରାମବାସୀ। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।