ନବରଙ୍ଗପୁର/ଡାବୁଗାଁ(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନ ବିଭାଗ ଶାଳ କାଠ ଗଣ୍ଡି ଜବତ କରିବା ସହ ୧ ଜଣଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ଶୁକ୍ରବାର ରାତିରେ ଡାବୁଗାଁ ବନ ବିଭାଗ କର୍ମଚାରୀ ପେଟ୍ରୋଲିଂ କରୁଥିବା ବେଳେ ବିଳମ୍ବିତ ରାତ୍ରିରେ ଡାବୁଗାଁ ସେକସନ ଅଧୀନ ମେଣ୍ଡ୍ରା ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଏକ ଟ୍ରାକ୍ଟର ଗାଡି ବାହାରୁଥିବା ଦେଖିବାକୁ ପାଇଥିଲେ | ପରେ ସନ୍ଦେହ ହେବାରୁ ଗାଡିଟିକୁ ଅଟକାଇ ଦେଖିଥିଲେ ଯେ ସେଥିରେ ଶାଳ କାଠ ଗଣ୍ଡି ରହିଛି | ସଙ୍ଗେ ସଙ୍ଗେ ବନ କର୍ମଚାରୀ ମାନେ ଉକ୍ତ ଟ୍ରାକ୍ଟର ଡ୍ରାଇଭରକୁ ଧରିଥିଲେ | ଡ୍ରାଇଭର ଠାରୁ ୧ ଟି ଟାଙ୍ଗିଆ, ଟ୍ରାକ୍ଟର ଗାଡି ନଂ ସିଜି ୦୪ କେଜେଡ ୮୫୭୩ ଓ ଟ୍ରାକ୍ଟର ଡାଲା ନଂ ଓଡି ୦୭ ଏନ ୯୦୩୬ ଏବଂ ୬ ଫୁଟ ଲମ୍ବା ଓ ୩ ଫୁଟ ଗୋଲେଇ ଦୁଇଟି ଓ ୪ ଫୁଟ ଗୋଲେଇ ୨ଟି ଏପରି ମୋଟ ୪ଟି ଶାଳ କାଠ ଗଣ୍ଡି ଜବତ କରାଯାଇଛି | ଅଭିଯୁକ୍ତ ଡ୍ରାଇଭର ମେଣ୍ଡ୍ରା ଗ୍ରାମର ବୈଦନାଥ ବିଶୋୟୀ (୨୯) ଙ୍କୁ ଗିରଫ କରାଯାଇ ଶନିବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି | ଏନେଇ ବନାଞ୍ଚଳ କାର୍ଯ୍ୟ|ଳୟ କେସ ନଂ ୧୨୭/୨୦୨୩-୨୪ ରେ ଏକ ମାମଲା ରୁଜୁ କରାଯାଇଛି | ଜବତ କାଠର ଆନୁମାନିକ ସରକାରୀ ମୂଲ୍ୟ ୬୦ ହଜାର ଟଙ୍କାରୁ ଊର୍ଦ୍ଧ୍ଵ ହେବ ବୋଲି ବନାଞ୍ଚଳ ଅଧିକାରୀ ତଡିତ କୁମାର ସ୍ଵାଇଁ ସୂଚନା ଦେଇଛନ୍ତି | ଏହି ଚଢାଉରେ ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ବନରକ୍ଷୀ ରିତାରାଣୀ ବିଶ୍ଵାସରାୟ, ଇତିଶ୍ରୀ ମହାନ୍ତି, ଉମାଶଙ୍କର ମିଶ୍ର, କାର୍ତ୍ତିକ ମାଝି, ମନୋରଞ୍ଜନ ନାୟକ, ପାରା ଷ୍ଟାଫ ପ୍ରମୁଖ ସାମିଲ ଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଜି ବିନୋଦ କୁମାରଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l