ଶାରଦୀୟ ଦୁର୍ଗୋତ୍ସବକୁ ନେଇ ସବୁ ଶକ୍ତି ପୀଠ ଚଳଚଞ୍ଚଳ

41

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶାରଦୀୟ ଦୁର୍ଗୋତ୍ସବକୁ ନେଇ ସବୁ ଶକ୍ତି ପୀଠ ଚଳଚଞ୍ଚଳ । ପୁଜା ମଣ୍ଡପ ଗୁଡିକରେ ଦେବୀ ଦୁର୍ଗାଙ୍କ ମହାଷ୍ଟମୀ ପୁଜା ହେଉଥିବା ବେଳେ ଦେବୀଙ୍କ ପିଠ ଗୁଡିକରେ ପରମ୍ପରା ଅନୁଯାୟୀ ମହା ନବମୀ ପୁଜା ଅନୁଷ୍ଠିତ ହେଉଛି। ପୁରୀ ସହରରେ ଥିବା ସବୁ ଦେବୀ ପୀଠ ଗୁଡିକରେ ମାଙ୍କ ମହାନବମୀ ପୁଜା ଅନୁଷ୍ଠିତ ହେଉଚି। ମହା ନବମୀ ଅବସରରେ ବିଶେଷ ପୁଜା ସହ ବିଭିନ୍ନ ପିଠ ସ୍ଥଳୀର ପରମ୍ପରା ଅନୁଯାୟୀ ମାଙ୍କ ବେଶ ନୀତି ଅନୁଷ୍ଠିତ ହେଉଚି। ମାଙ୍କ ଦର୍ଶନ ପାଇଁ ଦେଵୀ ପିଠ ଗୁଡିକରେ ମଧ୍ଯ ଭକ୍ତଙ୍କ ବେଶ ଭିଡ ରହିଛି। ପୁରୀ ସହର ରେ ଥିବା ବାଙ୍କି ମୁହାଣ ରାମ ଚଣ୍ଡୀ ମନ୍ଦିର ବେଶ ପ୍ରସିଦ୍ଧ । ଏଠାକୁ ସହ ସହ ଭକ୍ତ ଶାରଦୀୟ ଦୁର୍ଗାପୂଜାରେ ଆସିଥାନ୍ତି। ନିଜର ପରିବାର ର ମଙ୍ଗଳ ମନାସି ପୂଜାର୍ଚ୍ଚନା କରିବା ସହ ଭୋଗ ଲାଗି କରିଥାଆନ୍ତି। ତେବେ ବାଙ୍କୀ ମୁହାଣ ରାମ ଚଣ୍ଡୀ ମନ୍ଦିର ପୂଜକ କହିଚନ୍ତି ଶାରଦୀୟ ଦୁର୍ଗାପୂଜାରେ ଦେବୀ ପୀଠର ପରମ୍ପରା ଅନୁଯାୟୀ ଷୋଡ଼ଶ ଉପଚାର ପୁଜା ସହ ବିଭିନ୍ନ ଦିବସରେ ମାଙ୍କ ବେଶ ନୀତି ଅନୁଷ୍ଠିତ ହେଉଚି। ବାଙ୍କି ମୁହାଣ ରାମ ଚଣ୍ଡୀ ମନ୍ଦିରରେ ମହା ନବମୀ ଅବସର ରେ ମା ଙ୍କ ମହା ସରସ୍ଵତୀ ବେଶ୍ ଅନୁଷ୍ଠିତ ହୋଇଛି। ବେଶ ଦର୍ଶନ ପାଇଁ ସହ ଶହ ଭକ୍ତଙ୍କ ଭିଡ ଲାଗିରହିଛି। ତେବେ ପୂଜକ କହିଚନ୍ତି ମହା ନବମୀ ଅବସରରେ ବିଶେଷ ପୁଜା ଭାବେ ସନ୍ଧି ପୁଜା ଅନୁଷ୍ଠିତ ହୋଇଥାଏ। ପରେ ମହା ନବମୀ ପୂଜା ହେଇଥାଏ। ଦିନକୁ ଦୁଇ ଥର ଶଙ୍ଖୁଡ଼ି ଭୋଗ ତଥା ଆମିଷ ଭୋଗ ଲାଗି ହୋଇଥାଏ। ଷୋଡ଼ଶ ପୂଜା ବେଳେ ସକାଳ ଓ ରାତ୍ରି ଧୂପ ପରେ ଦୁଇ ଷୋଡ଼ଶ ପୂଜା ଅନୁଷ୍ଠିତ ହୋଇଥାଏ। ତେବେ ଜଗତଜନନୀ ମା କରୁଣାମୟୀ। ତାଙ୍କୁ ଶାରଦୀୟ ଦୁର୍ଗାପୂଜାରେ ନିଷ୍ଠା ର ସହ ଉପାସନା କଲେ ଅଶେଷ ପୁଣ୍ୟ ମିଳିବା ସହ ମନ ସ୍କମନା ପୂର୍ଣ୍ଣ ହୁଏ ବୋଲି ମା ରାମଚଣ୍ଡିଙ୍କ ପୂଜକ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More