ଶାରଦା ବିଦ୍ୟା ମନ୍ଦିର ମଞ୍ଜୁରୀର ପ୍ରଥମ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ

12

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : – ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଶାରଦା ବିଦ୍ୟା ମନ୍ଦିର ମଞ୍ଜୁରୀ ତାର ପ୍ରଥମ ବାର୍ଷିକ ବିଜ୍ଞାନ ମେଳା ପାଳନ କରିଛି। ଏହି ବିଜ୍ଞାନ ମେଳା ରେ ୭୦ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ପ୍ରଧାନ ଗୁରୁଜୀ ନିର୍ମଳ କୁମାର ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜ୍ଞାନ ମେଳା ରେ ଉଦଘାଟକ ଭାବରେ ସ୍ଥାନୀୟ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁମତୀ ସେଠୀ ଉଦଘାଟନ କରିଥିବା ବେଳେ ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଅଧିର କୁମାର ତରାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମରେ ସଫଳ ରୂପାୟନ କରିଥିଲେ। ଉଦଘାଟନ ସଭାର ସଭାପତି ଭଣ୍ଡାରି ପୋଖରୀ ଶାରଦା ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମହାପାତ୍ର ଯୋଗଦେଇ ସଭାକାର୍ଯ୍ୟକୁ ସୁଚାରୁ ରୁପେ ପରିଚାଳନା କରିଥିଲେ। ଅତିଥି ପରିଚୟ ପବନ ଗୁରୁଜୀ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ୨୪ନଂ ଜିଲ୍ଲା ପରିଷଦ ସଭ୍ୟ ଉତ୍କଳ କେଶରୀ ମହାନ୍ତି ଯୋଗ ଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ରଣଜିତ୍ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୁଜାତା ସାହୁ ଏବଂ ଅବସର ପ୍ରାପ୍ତ ଶିକ୍ଷକ ତଥା କବି ଶ୍ରୀଯୁକ୍ତ ଗୋଲକ ଚନ୍ଦ୍ର ମହାନ୍ତି ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟ ଉଜ୍ବଳ କାମନା କରିଥିଲେ। ଏହି ସଭାରେ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ମୁଖ୍ୟ ଅତିଥି ବିଓ ଶ୍ରୀ ତରାଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ଏବଂ ଉଦଯାପନୀ ଉତ୍ସବରେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଫକିର ଚରଣ ଧଳ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ଯାଜପୁରର ବିଜ୍ଞାନ ଶିକ୍ଷକ ସ୍ଥାନୀୟ ବଳଦେବଜିୟୁ ଉପ୍ରା ବିଦ୍ୟାଳୟର ଶିକ୍ଷକ ଙ୍କ ସମେତ ସ୍ଥାନୀୟ ସମାଜସେବୀ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ପ୍ରକଳ୍ପ ବୁଲି ଦେଖିବା ସହ ମୂଲ୍ୟାୟନ କରି କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶାରଦା ମଞ୍ଜୁରୀ ର ଗୁରୁମା ଗୁରୁଜୀ ପରିଚାଳନା କରିଥିଲେ। ଭଣ୍ଡାରିପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More