ଶାରଦା ବିଦ୍ୟା ମନ୍ଦିରର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

21

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ବ୍ଲକ୍ ଅନ୍ତର୍ଗତ ମଞ୍ଜୁରୀ ସ୍ଥିତ ଶିକ୍ଷାନୁଷ୍ଠାନ ଶାରଦା ବିଦ୍ୟା ମନ୍ଦିର ତାର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟର ଗୁରୁଜୀ ଶ୍ରୀଯୁକ୍ତ ନିର୍ମଳ କୁମାର ସେନାପତିଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ ସାଧାରଣ ସଭାରେ ଶାରଦା ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମହାପାତ୍ର ସଭାପତିତ୍ବ କରିଥିଲେ। ଭଣ୍ଡାରି ପୋଖରୀ ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀମତୀ ମଞ୍ଜୁବାଳା ନାୟକ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଭଣ୍ଡାରି ପୋଖରୀ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ ସୁମତି ସେଠୀ ମୁଖ୍ୟ ଅତିଥି ଭାବେ ଓ ବରେଣ୍ୟ ବିଶିଷ୍ଟ ଅତିଥି ଭଣ୍ଡାରି ପୋଖରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଦେବଦତ୍ତ ଦାଶ ମହୋଦୟ ଯୋଗଦେଇ ବିଦ୍ୟାଳୟର କୃତୀ ଛାତ୍ର ଛାତ୍ରୀଙ୍କୁ ସ୍ୱର୍ଗତ ନଟବର ରାଉତ ଓ ସ୍ୱର୍ଗତ ବଟକୃଷ୍ଣ ରାଉତଙ୍କ ସ୍ମୃତି ସମ୍ମାନ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ବହୁଦରଡ଼ା ଉଚ୍ଚ ବାଳିକା ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଡ଼ ଆଶୁତୋଷ ବଳ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ରଣଜିତ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୁଜାତା ସାହୁ, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଫକୀର ଚରଣ ଧଳ ଓ ଶାରଦା ଚାରିଟେବୁଲ ଟ୍ରଷ୍ଟର ସଭ୍ୟ ଶ୍ରୀଯୁକ୍ତ ତାରାକାନ୍ତ ରାଉତ ଯୋଗ ଦେଇଥିଲେ। ଉକ୍ତ ସଭାକୁ ବିଦ୍ୟାଳୟର ଗୁରୁମା ଦମୟନ୍ତୀ ଦାଶ ସଞ୍ଚାଳନ କରିଥିବା ବେଳେ ଅତିଥି ପରିଚୟ ବିଦ୍ୟାଳୟର ଗୁରୁଜୀ ପବନ କୁମାର ନାୟକ ପ୍ରଦାନ କରିଥିଲେ। ବହୁ ପ୍ରତିକ୍ଷିତ ମୁଖପତ୍ର ଶାରଦା ଶ୍ରୀର ଉନ୍ମୋଚନ ଅତିଥି ମାନଙ୍କ ଦ୍ଵାରା ହୋଇଥିଲା। ଶେଷରେ ବିଦ୍ୟାଳୟର ଗୁରୁମା ପ୍ରଭାତି ବହଳିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସାଧାରଣ ସଭାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବିଦ୍ୟାଳୟର ଗୁରୁଜୀ ଶୁଶାନ୍ତ କୁମାର ସେନାପତିଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ହୋଇ ଥିବା ବେଳେ ଗୁରୁମା ଦମୟନ୍ତୀ ଦାଶ,ସବିତା ରାଉତ,ଦମୟନ୍ତୀ ବେହେରା,ସସ୍ମିତା ରାଉତ, ଜ୍ୟୋର୍ତିମୟୀ ରାଉତ,ଲୁସିମା ନାୟକ ଗୁରୁଜୀ କେଶବ ଚନ୍ଦ୍ର ସେଠୀ, ସନ୍ତୋଷ କୁମାର ପ୍ରଧାନ, ନିତ୍ୟାନନ୍ଦ ସେନାପତି, ଶୁଶାନ୍ତ କୁମାର ପଣ୍ଡା,ରତ୍ନାକର ରାଉତ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଭଣ୍ଡାରି ପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More