ଶାରଦା ବିଦ୍ୟାମନ୍ଦିର ମଞ୍ଜୁରୀର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ

10

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ବ୍ଲକ ଅନ୍ତର୍ଗତ ଶାରଦା ବିଦ୍ୟାମନ୍ଦିର ମଞ୍ଜରୀର ଚତୁର୍ଥ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଛି । ବିଦ୍ୟାଳୟର ପ୍ରଧାନ ଗୁରୁଜୀ ନିର୍ମଳ କୁମାର ସେନାପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ରଣଜିତ୍ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୁଜାତା ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରପ୍ରଜ୍ଵଳନ କରି ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଭଣ୍ଡାରି ପୋଖରୀ ୨୪ ନଂ ଜୋନର ଜିଲ୍ଲାପରିଦ ସଭ୍ୟ ଉତ୍କଳ କେଶରୀ ମହାନ୍ତି ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ କମ୍ପ୍ୟୁଟର ଶିକ୍ଷା ଅଗ୍ରଗତି ସହ ବିଦ୍ୟାଳୟର ଉନ୍ନତି ପାଇଁ ପ୍ରତିଶୃତି ରଖିଥିଲେ ତତ୍ ସହିତ ଶାରଦା ବିଦ୍ୟାଳୟର ମୁଖପତ୍ର ଶାରଦା ଶ୍ରୀ ର ତୃତୀୟ ପାଖୁଡ଼ା ଉନ୍ମୋଚନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଧାକର ଦାସ ଯୋଗଦେଇ ପିଲାମାନଙ୍କର ନୈତିକତା ଉପରେ ଗୁରୁତ୍ବ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଫକୀର ଚରଣ ଧଳ ଓ ଶାରଦା ବିଦ୍ୟାମନ୍ଦିରର ତାରାକାନ୍ତ ରାଉତ ଯୋଗ ଦେଇଥିଲେ । ବିଦ୍ୟାଳୟର ଗୁରୁମା କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିବା ବେଳେ ବରିଷ୍ଠ ଶିକ୍ଷା ବିତ ପବନ ଗୁରୁଜୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ପରେ ବିଦ୍ୟାଳୟର ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅତିଥି ମାନଙ୍କ ଦ୍ବାରା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ବିଦ୍ୟାଳୟର ଗୁରୁମା, ଗୁରୁଜୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More