ଶାନ୍ତିଶୃଙ୍ଖଳାର ସହିତ ଶେଷ ହେଲା ଦଶମ ଶ୍ରେଣୀ ସମେଟିଭ ଆସେସମେଣ୍ଟ – 1 ପରୀକ୍ଷା

15

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ଦଶମଶ୍ରେଣୀ ସମେଟିଭ ଆସେସମେଣ୍ଟ – 1 ବୋର୍ଡ ପରୀକ୍ଷାକୁ ସ୍ବଚ୍ଛତା ରଖିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଗଠିତ ସ୍କ୍ବାଡରେ କଣ୍ଟାମାଳ ବିଡିଓ କଳାକୃଷ୍ଣ ପ୍ରଧାନ ଶେଷ ଦିନ ତୃତୀୟ ଭାଷା ପରୀକ୍ଷାରେ ଘଣ୍ଟାପଡ଼ା ଜୋନର ୩ଟି କେନ୍ଦ୍ରକୁ ଯାଇ ତଦାରଖ କରିଥିଲେ। ସମସ୍ତ କେନ୍ଦ୍ରରେ ଶାନ୍ତିଶୃଙ୍ଖଳା ଓ ଗାଇଡଲାଇନର ସହିତ ପରୀକ୍ଷା ଚାଲିଥିବା ନେଇ ପ୍ରକାଶ କରିଛନ୍ତି ଏବଂ ସମସ୍ତ ପରୀକ୍ଷାର୍ଥୀ , କେନ୍ଦ୍ର ପରିଚାଳକ , ସହଯୋଗୀ ଶିକ୍ଷକ ଓ ପୋଲିସ ବିଭାଗଙ୍କୁ ପ୍ରଶଂସା କରିଛନ୍ତି । ଆଜିର ପରୀକ୍ଷାରେ ୧୨ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ।ଆମ୍ବଗାଁ ହାଇସ୍କୁଲ କେନ୍ଦ୍ରରୁ ୫ଜଣ ,ନୂଆଁପାଲି ହାଇସ୍କୁଲ କେନ୍ଦ୍ରରୁ ୩ଜଣ ଓ ଘଣ୍ଟାପଡ଼ା ହାଇସ୍କୁଲ କେନ୍ଦ୍ରରୁ ୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇନଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସୁପରିଟେଣ୍ଡେଣ୍ଟ ଆମ୍ବଗାଁ ହାଇସ୍କୁଲର କେନ୍ଦ୍ର ପରିଚାଳକ ଶୁକଦେବ ପଣ୍ଡା, ନୂଆଁପାଲି ହାଇ ସ୍କୁଲର କେନ୍ଦ୍ର ପରିଚାଳକ ଅନନ୍ତ କ୍ଷେତି ଓ ଘଣ୍ଟାପଡ଼ା ହାଇ ସ୍କୁଲର କେନ୍ଦ୍ର ପରିଚାଳକ ପିତବାସ ପଣ୍ଡା। ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More