ଶହୀଦ ସ୍ମୃତି ଦିବସ ପାଳିତ

22

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : -ରକ୍ତତୀର୍ଥ ଭାବରେ ପରିଚିତ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ । ପାପଡାହାଣ୍ଡିରେ ପାଳିତ ହୋଇଛି ଶହୀଦ ସ୍ମୃତି ଦିବସ । ଶହୀଦ ସ୍ମୃତି ଦିବସ ପାଳନ ଅବସରରେ ପ୍ରଥମେ ଶହୀଦ ମଶାଲ ପାପଡାହାଣ୍ଡି ଠାରେ ପହଞ୍ଚିଥିଲା । ଏହାପରେ ଶହୀଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ସର୍ବଧର୍ମ ପ୍ରାର୍ଥନା ସଭା ଆୟୋଜିତ କରାଯାଇଥିଲା । ଏହା ସହ ୧୯ଜଣ ଶହୀଦଙ୍କ ଉଦ୍ଦେଶ୍ୟରେ ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତ ବେହେରା, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ,ସାଂସଦ ରମେଶଚନ୍ଦ୍ର ମାଝୀ,ହସ୍ତ ତନ୍ତ ଓ ବୟନ ସିଳ୍ପ ମନ୍ତ୍ରୀ ପଦ୍ମିନି ଦିଆନ୍, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତରା, ତ୍ରିନାଥ ପ୍ରଧାନ ଜିଲ୍ଲା ପରିଷଦ ଉପଧଖ୍ୟା ଶ୍ରୀମତୀ ନିବେଦିତା ମହାନ୍ତି ବ୍ଲକ୍ ଅଧକ୍ଷା ଶ୍ରୀମତୀ ସେଵତି ସାନ୍ତା, ଵିଡିଓ ଶ୍ରୀମତୀ ରଞିତା ମଲ୍ଲିକ ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ରଙ୍କ ସମେତ ଏସପି ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ଶହୀଦ ସ୍ମୃତି ଦିବସ ପାଳନ ଅବସରରେ ଶହୀଦ ମସାଲକୁ ନବରଙ୍ଗ ପୁର ରୁ ପାପଡାହାଣ୍ଡି ଶହୀଦ ପୀଠକୁ ଅଣାଯାଇ ସ୍ଥାପନ କରାଯାଇଥିଲା ।ଆଜି ଦିନରେ ୧୯ଜଣ ନିରୀହ ଆଦିବାସୀ ବ୍ରିଟିଶ ଗୁଳିରେ ଟଳି ପଡ଼ିଥିଲେ ଓ କେତେ ଯେ ଜୀବନ ଦେଲେ ତାର ହିସାବ ନାହିଁ,ସେମାନଙ୍କ ମଧ୍ୟରୁ ୧୯ ଜଣ ତୁରୀ ନଦୀ କୂଳରେ ଶହୀଦ ହୋଇଥିବା ଦେଖାଯାଇ ସେମାନଙ୍କୁ ସହୀଦ ପୀଠରେ ସହୀଦ କରାଯାଇଥିଲା। ଏହି ଶହୀଦ ମାନେ ସମସ୍ତ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଜି ସେମାନଙ୍କ ସ୍ମୃତି ଉଦେଶ୍ୟରେ ସେମାନଙ୍କୁ ମନେ ପକାଇ ପ୍ରତି ବର୍ଷ ଅଗଷ୍ଟ ୨୪ ତାରଖ କୁ ଶହୀଦ ଦିବସ ରୂପେ ପାଳନ କରାଯାଉଛି । ଏହା ସହ ଟୁରି ନଦୀକୂଳରେ ଥିବା ଶହୀଦ ସ୍ତମ୍ଭ ନିକଟରେ ଅତିଥିମାନେ ତିଳତର୍ପଣ କରିଥିଲେ ।ଆଜିର ଦିନରେ ଟୁରି ନଦୀରେ ରକ୍ତର ନାଳ ବୋହିଥିଲା । କରୋନା ନିୟମ ଅନୁଯାୟୀ ସମସ୍ତ ସାମାଜିକ ଦୂରତା ସୁରକ୍ଷା କରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More